30.1 C
Bhubaneswar
Monday, May 20, 2024
Homeକରୋନାସବୁ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବା ଉପରେ କେନ୍ଦ୍ର କହିଲା ଏମିତି

ସବୁ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବା ଉପରେ କେନ୍ଦ୍ର କହିଲା ଏମିତି

ନୂଆଦିଲ୍ଲୀ: କରୋନାର ସଂକ୍ରମଣ ଜନିତ ନୂଆ ମାମଲା ପୁଣି ଥରେ ବୃଦ୍ଧି ପାଇଥିବା ବେଳେ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଏହାରି ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମହାମାରୀର ଦ୍ୱିତୀୟ ଲହରି ନିୟନ୍ତ୍ରିତ କରିବା ପାଇଁ ଲୋକଙ୍କ ଭାଗିଦାରୀ ମହତ୍ୱପୂର୍ଣ୍ଣ । ଆସନ୍ତା ୪ ସପ୍ତାହ ଆମ ପାଇଁ ସଂକଟପୂର୍ଣ୍ଣ ।
ସ୍ୱାସ୍ଥ୍ୟମନ୍ତ୍ରାଳୟ କହିଛି, ଭାରତରେ କୋଭିଡ୧୯ ମହାମାରୀ ତିବ୍ରତା ବଢୁଛି । ଗତବର୍ଷ ତୁଳନାରେ ଦୃତ ଭାବରେ ଏହି ମହାମାରୀ କାୟା ବିସ୍ତାର କରୁଛି । ସମସ୍ତ ବୟସର ବ୍ୟକ୍ତିଙ୍କୁ ଟାକି ଦିଆଯିବା ଉପରେ ମନ୍ତ୍ରାଳୟ କହିଛି ଯେ, ଯାହାକୁ ଦରକାର ତାଙ୍କୁ ଦିଆଯାଉଛି । ପ୍ରତି ଦେଶରେ ଅଧିକ ବସୟର ବ୍ୟକ୍ତିଙ୍କୁ ଟିକା ଲଗାଯାଉଛି ।
ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ବିଶ୍ୱରେ ମଧ୍ୟ ବହୁତ ବିଚାର ବିମର୍ଶ ହୋଇଛି । ଯେତେବେଳେ ଟିକାକରଣ କରାଯାଏ, ତାର ଉଦ୍ଦେଶ୍ୟ ଥାଏ ମୃତ୍ୟୁମୁଖରୁ ବଂଚାଇବା । ଭାରତ, ଆମେରିକା, ୟୁକେ, ସମସ୍ତ ଦେଶରେ ଏହି ଉଦ୍ଦେଶ୍ୟରେ ଟିକା ଦିଆଯାଉଛି ।
ୟୁକେରେ ଆଜି ବି ସମସ୍ତଙ୍କ ପାଇଁ ଟିକା ନାହିଁ । ଆମେରିକାରେ ବି ବୟସ ହିସାବରେ ଟିକା ଦିଆଯାଉଛି । କାଲି ଦଶରେ ଭ୍ୟାକ୍ସିନର ୪୩ ଲକ୍ଷ ଡୋଜ୍ ଦିଆଯାଇଛି । କହିରଖୁଛୁ, ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କରୋନା ଟିକାକରଣ ନେଇ ଚିଠି ଲେଖିଥିଲେ । ସିଏମ ଅରବିନ୍ଦ କେଜ୍ରିୱାଲ ସବୁ ବୟସର ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଦାବି କରିଥିଲେ । ଉଦ୍ଧବ ଠାକରେ କହିଥିଲେ ଯେ, ୨୫ ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତିଙ୍କୁ କରୋନା ଟିକା ଦିଆଯିବା ଦରକାର । ସେହିଭଳି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟ୍ୱିଟ କରି ଏଭଳି ଦାବି ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking