30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ ମଞ୍ଜୁରୀ

ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ : ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ ତରଫରୁ ଆଜି ମଞ୍ଜୁରୀ ମିଳିଛି । ଏହା ୬୪ ହଜାର କୋଟି ଟଙ୍କା ପ୍ୟାକେଜର ଯୋଜନା ସୂତ୍ରରୁ ଏହି ସୂଚନା ଦିଆଯାଇଛି । ଯୋଜନା ଅନୁଯାୟୀ ସମସ୍ତ ଜିଲ୍ଲା ଓ ୩୩୮୨ ବ୍ଲକରେ ଏକୀକୃତ ଜନ ସ୍ୱାସ୍ଥ୍ୟ ଲ୍ୟାବ ସ୍ଥାପନା କରାଯିବ । ଏହି ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ଭାଷଣରେ ୬ ବର୍ଷ (ଆର୍ଥିକ ବର୍ଷ ୨୦୨୫୨୬ ଯାଏଁ)ରେ ୬୪୧୮୦ କୋଟି ଟଙ୍କା ବ୍ୟୟ ଘୋଷଣା କରାଯାଇଥିଲା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ଯୋଜନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନର ଅତିରିକ୍ତ ହେବ । ଏହି ଯୋଜନାରେ ହାଇ ଫୋକସ ବିଶିଷ୍ଟ ୧୦ ରାଜ୍ୟରେ ୧୭୭୮୮ ଗ୍ରାମୀଣ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଇଁ ସହାୟତା ରହିଛି ।

ସବୁ ରାଜ୍ୟରେ ୧୧୦୧୪ ସହରୀ ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ର ସ୍ଥାପନା କରାଯିବ । ସବୁ ଜିଲ୍ଲାରେ ଏକୀକୃତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରୟୋଗଶାଳା ଓ ୧୧ ଉଚ୍ଚ ଫୋକସ ବିଶିଷ୍ଟ ରାଜ୍ୟରେ ୩୩୮୨ ବ୍ଲକରେ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନା କରାଯିବ । ୬୦୨ ଜିଲ୍ଲା ଓ ୧୨ କେନ୍ଦ୍ରୀୟ ସଂସ୍ଥାରେ କ୍ରିଟିକାଲ କେୟାର ହସ୍ପିଟାଲ ବ୍ଲକ ସ୍ଥାପନା ହେବ । ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନସିଡିସି), ଏହାର ୫ କ୍ଷେତ୍ରୀୟ ଶାଖା ଓ ୨୦ ମହାନଗର ନିଗମ ସ୍ୱାସ୍ଥ୍ୟ ନୀରିକ୍ଷଣ ୟୁନିଟଗୁଡିକୁ ସୁଦୃଢ଼ୀକରଣ କରିବା ଏହି ଯୋଜନାର ଉଦେଶ୍ୟ । ସମସ୍ତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରୟୋଗଶାଳାକୁ ସଂଯୋଗ କରିବା ପାଇଁ ସମସ୍ତ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସହିତ ସମନ୍ୱିତ ସ୍ୱାସ୍ଥ୍ୟ ସୂଚନା ପୋର୍ଟାଲର ବିସ୍ତାର କରାଯିବ । ୧୭ ନୂଆ ସାର୍ବଜନୀନ ଜନସ୍ୱାସ୍ଥ୍ୟ ୟୁନିଟ୍ ସଞ୍ଚାଳନ ଓ ୩୩ ଜନସ୍ୱାସ୍ଥ୍ୟ ୟୁନିଟକୁ ମଜବୁତ କରିବା ଯାହା ୩୨ ବିମାନବନ୍ଦର,୧୧ ବନ୍ଦର ଓ ୭ ଟି ଲ୍ୟାଣ୍ଡ କ୍ରସିଂରେ ରହିଛି । ଏହା ସହ ଏହି ଯୋଜନାରେ ୧୫ଟି ସ୍ୱାସ୍ଥ୍ୟ ଜରୁରୀକାଳୀନ ଅପରେସନ୍ ସେଣ୍ଟର ଓ ୨ଟି ମୋବାଇଲ ହସ୍ପିଟାଲ ସ୍ଥାପନା କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking