18.1 C
Bhubaneswar
Monday, November 25, 2024
Homeଓଡିଶାବଜେଟ୍ ୨୦୨୦-୨୧: କିଏ କଣ ଚାହେଁ

ବଜେଟ୍ ୨୦୨୦-୨୧: କିଏ କଣ ଚାହେଁ

ନୂଆଦିଲ୍ଲୀ: ପ୍ରତିବର୍ଷ ପରି ଏ ବର୍ଷ ବଜେଟ୍‌ରୁ ମଧ୍ୟ ସାଧାରଣ ଲୋକଙ୍କ ଅନେକ ଆଶା ରହିଛି । ଟିକସ ଛାଡ଼ ସୀମା ବୃଦ୍ଧି ସହ ଏଲ୍‌ଟିଏ ସୁବିଧାକୁ ନେଇ ଆଶାବାଦୀ ଅଛନ୍ତି ଏମାନେ । କିଏ ଚାହେଁ ପରିବେଶ ଉପରେ ସରକାର ପ୍ରାଥମିକତା ଦିଅନ୍ତୁ ତ କିଏ ଚାହେଁ ଭିତ୍ତିଭୂମିକୁ ଅଗ୍ରାଧିକାର ଦିଅନ୍ତୁ ସରକାର । ଏଭଳି ଅନେକ ଆଶା ରଖି ବସିଛନ୍ତି ଭାରତୀୟ । ଏ ନେଇ ଲୋକାଲ୍ ସର୍କଲ୍ସ ପକ୍ଷରୁ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ଲୋକଙ୍କୁ ଏ ସଂକ୍ରାନ୍ତ କେତେକ ପ୍ରଶ୍ନ କରାଯାଇଥିଲା ।
ସର୍ଭେରେ ଭାଗ ନେଇଥିବା ପ୍ରାୟ ୭୦ଧ ଅଂଶଗ୍ରହଣକାରୀଙ୍କ ମତରେ ବାର୍ଷିକ ମୂଳ ଟିକସ ଛାଡ଼ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଉ ।
ଅଂଶଗ୍ରହଣକାରୀ ମତ ଦେଇଛନ୍ତି ଯେ, ବେତନଭୋଗୀଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଉ । ୨୦ଧଙ୍କ ମତରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ବ୍ୟବସ୍ଥାକୁ ହଟାଇ ଏକ ନୂଆ ବ୍ୟବସ୍ଥା ଅଣାଯାଉ । ଷ୍ଟାଣ୍ଡାର୍ଡ ଡିଡକ୍ସନ ହେଉଛି ଆୟର ଉକ୍ତ ଅଂଶ, ଯାହାକି ଟିକସଭୁକ୍ତ ନୁହେଁ । ଷ୍ଟାଣ୍ଡାର୍ଡ ଡିଡକ୍ସନ ବ୍ୟବସ୍ଥା ବଦଳରେ ରିସିପ୍ଟ ଭିତ୍ତିକ ଡିଡକ୍ସନ ବ୍ୟବସ୍ଥା ଅଣାଯିବା ଦରକାର ବୋଲି ଏମାନେ ପ୍ରକାଶ କରିଛନ୍ତି ।
କେଉଁ କ୍ଷେତ୍ରକୁ ସରକାର ଅଧିକ ପ୍ରାଥମିକତା ଦେବା ଦରକାର ଏ ପ୍ରଶ୍ନରେ ୩୦ଧ ଲୋକ କହିଛନ୍ତି ଚଳିତବର୍ଷ ପରିବେଶକୁ ଅଧିକ ପ୍ରାଧାନ୍ୟ ଦିଆଯିବା ଦରକାର । ସେହିଭଳି ୨୬ଧଙ୍କ ମତରେ ଭିତ୍ତିଭୂମି କ୍ଷେତ୍ରକୁ ସର୍ବାଧିକ ପ୍ରାଥମିକତା ଦିଆଯିବା ଦରକାର । କୃଷି, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗକୁ ଅଧିକ ବ୍ୟୟବରାଦ ଦିଆଯିବା ଦରକାର ବୋଲି ଅନେକେ ମତ ଦେଇଛନ୍ତି ।
ଟିକସ ହ୍ରାସ ସହ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଦ୍ୱାରା ଦେଶରେ ଚାହିଦା ଶୁଣି ଫେରିପାରିବ ବୋଲି ଅଧିକାଂଶ ପ୍ରକାଶ କରିଛନ୍ତି ।
ପୁରୁଣା ଗାଡିଗୁଡିକୁ ହଟାଇବା ପାଇଁ ସରକାର ସବ୍‌ସିଡି ଯୋଗାଇବା ଉଚିତ କି ପ୍ରଶ୍ନରେ ପ୍ରାୟ ୪୦ଧ ଜବାବଦାତା କହିଛନ୍ତି ଯେ, ପୁରୁଣା ଗାଡିକୁ ହଟାଇବା ପାଇଁ କୌଣସି ସବ୍‌ସିଡି ବ୍ୟବସ୍ଥାର ୍ରଆବଶ୍ୟକତା ନାହିଁ । ୩୫ଧ କହିଛନ୍ତି ଯେ, ପୁରୁଣା କାରକୁ ହଟାଇବା ପାଇଁ ସରକାର ୨୦ଧ ସବ୍‌ସିଡି ଦେବା ଉଚିତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking