28.1 C
Bhubaneswar
Thursday, March 28, 2024
Homeଓଡିଶାଆୟ କର ହ୍ରାସ ସମ୍ଭାବନା ଅଧିକ

ଆୟ କର ହ୍ରାସ ସମ୍ଭାବନା ଅଧିକ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ସଂସଦରେ ଉପସ୍ଥାପନ ହେବ ବଜେଟ୍ ୨୦୨୦-୨୧ । ବିଭିନ୍ନ କ୍ଷେତ୍ର ନିଜ ନିଜ ଆଶା ବାନ୍ଧି ବସିଥିବାବେଳେ ସାଧାରଣ ଟିକସଦାତାଙ୍କ ନଜର ଆୟ କର ହ୍ରାସ ଉପରେ । ୨୦୧୯-୨୦ ବଜେଟ୍‌ରେ ଉଚ୍ଚ ଆୟକାରୀଙ୍କ ଉପରେ ସର୍‌ଚାର୍ଜ କଷିଥିଲେ ସରକାର । ଫଳରେ ଏମାନଙ୍କ ଉପରେ ପ୍ରଭାବୀ ଟିକସ ହାର ୩୫.୮୮ଧରୁ ୪୨.୭୪ଧକୁ ବୃଦ୍ଧି ହୋଇଥିଲା । ଏହାଦ୍ୱାରା ଭାରତ ସମଗ୍ର ବିଶ୍ୱରେ ଅନ୍ୟତମ ସର୍ବାଧିକ ଆୟକର ରାଷ୍ଟ୍ର ପାଲଟିଥିଲା ।
ଆମେରିକା ଭଳି ରାଷ୍ଟ୍ର ବ୍ୟକ୍ତିଗତ ଆୟ କର ହ୍ରାସ କରୁଥିବା ସମୟରେ ଭାରତ ଏହାକୁ ବଢ଼ାଇଥିଲା । କିନ୍ତୁ ଗତବର୍ଷ ସରକାର କମ୍ପାନି ଟିକସରେ କରିଥିବା ବଡ଼ ଧରଣର ହ୍ରାସ ପରେ ଏବେ ବ୍ୟକ୍ତିଗତ ଆୟ କର କମିବା ନେଇ ଆଶା ବଢ଼ିଚାଲିଛି । ସରକାର ଏଥର ସା%ାରଣ ଲୋକଙ୍କ ହାତକୁ କିଛି ଅଧିକ ଟଙ୍କା ଦେଇ ଅର୍ଥନୀତିରେ ଚାହିଦା ଫେରାଇପ।ରନ୍ତି ବୋଲି ଅନୁମାନ କରାଯାଉଛି । 
ଭାରତୀୟ ଅର୍ଥନୀତି ଏବେ ଅତ୍ୟନ୍ତ ଆହ୍ୱାନମୂଳକ ସମୟ ଦେଇ ଗତି କରୁଛି । ଦେଶର ଅର୍ଥନୈତିକ ଅଭିବୃଦ୍ଧି ୬ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଆସିଛି । ଚଳିତ ଆର୍ଥିକବର୍ଷ ପାଇଁ ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଷ୍ଠାନ ଭାରତର ଅଭିବୃଦ୍ଧି ଅନୁମାନକୁ ଖସାଇଛନ୍ତି । ଏଭଳି କ୍ଷେତ୍ରରେ ସରକାର ଅଭିବୃଦ୍ଧିକୁ ବଢ଼ାଇବା ଦିଗରେ ପଦକ୍ଷେପ ନେଇପାରନ୍ତି ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଘରୋଇ ଚାହିଽା ବଢ଼ାଇବାକୁ ହେବ । ଲୋକଙ୍କ କ୍ରୟ କ୍ଷମତା ବଢ଼ିଲେ ଯାଇ ସେମାନେ ବ୍ୟୟ କରିବେ ଏବଂ ଅର୍ଥନୀତି ଗତିଶୀଳ ହେବ । ତେଣୁ ବଜେଟ୍‌ରେ ବ୍ୟକ୍ତିଗତ ଆୟକର ହ୍ରାସ ସମ୍ଭାବନା ଅଧିକ ଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଅଣ-କର୍ପୋରେଟ ଉଦ୍ୟୋଗୀ , ଯେଉଁମାନଙ୍କର ନିଜସ୍ୱ ଷ୍ଟାର୍ଟସ୍ ତଥା ବ୍ୟବସାୟ ଅଛି ସେମାନେ ମଧ୍ୟ ଟିକସ ହ୍ରାସ ପାଇଁ ଚାହିଁ ବସିଛନ୍ତି । କାରଣ ଇତିମଧ୍ୟରେ କରାଯାଇଥିବା କମ୍ପାନି ଟିକସ ହ୍ରାସର ଫାଇଦା ଏମାନେ ପାଇନାହାନ୍ତି ।
୨.୫ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ଉପରେ ଟିକସ ଲାଗୁନାହିଁ । ଏହି ବ୍ୟବସ୍ଥା ୨୦୧୪-୧୫ରୁ ଅପରିବର୍ତ୍ତିତ ରହିଛି । ସମ୍ପ୍ରତି ଦରବୃଦ୍ଧି ହାର ବା ମୁଦ୍ରାସ୍ଫୀତି ରେକର୍ଡ ସ୍ତରରେ ପହଂଚିଥିବାବେଳେ ଟିକସ ଛାଡ଼ ସୀମା ବଢ଼ାଇବାର ଆବଶ୍ୟକତା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।
ସୂଚନାଯୋଗ୍ୟ, ଟିକସଽାତାଙ୍କ ପରିସର ବଢ଼ାଇବା ଉଦ୍ଦେଶ୍ୟରେ ସରକାର ଆୟ କର ଛାଡ଼ ସୀମାକୁ ବୃଦ୍ଧି କରିନାହାନ୍ତି । ଲୋକଙ୍କ ବାର୍ଷିକ ଆୟ ୫ ଲକ୍ଷ ଟପୁ ନ ଥିଲେ ଏକ ପ୍ରକାର ରିହାତି ବା ରିବେଟ୍ ପ୍ରଦାନ କରାଯାଉଛି ।
ଯଦି ସରକାର ଏଥର ବଜେଟରେ ଆୟ କର ହ୍ରାସ କରନ୍ତି ତା’ହେଲେ ନିଶ୍ଚିତ ଭାବେ ଏହା ସରକାରୀ ରାଜସ୍ୱ ଉପରେ ପ୍ରଭାବ ପକାଇବ । ରାଜସ୍ୱ କମିଯିବ । କିନ୍ତୁ ଏହା ଏକ ସନ୍ତୁଳିତ ପଦକ୍ଷେପ ହେବ । କାରଣ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଌାଇଁ ଏହାର ଆବଶ୍ୟକତା ରହିଛି ।
ମଧ୍ୟମ ଆୟକାରୀ ବର୍ଗ ୨୦୨୦-୨୧ ବଜେଟ୍‌କୁ ନେଇ ଅନେକ ଆଶା ରଖିଛନ୍ତି । ଏଥର ସରକାର ସେମାନଙ୍କ ଡିସ୍‌ପୋଜେବଲ୍ ଇନ୍‌କମ୍‌(ଟିକସ ଏବଂ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ଦେୟ ପରେ ବଳୁଥିବା ଆୟ) ବଢ଼ାଇବା ପାଇଁ ପଦକ୍ଷେପ ନେବେ ବୋଲି ସେମାନେ ଅନେଇ ବସିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking