19.1 C
Bhubaneswar
Saturday, December 28, 2024
Homeବଲିଉଡ‘ପଠାନ’କୁ ନେଇ ବୟକଟ୍ ଟ୍ରେଣ୍ଡ; ‘ବେଶରମ୍ ରଙ୍ଗ’ ଗୀତକୁ ନେଇ ମନ୍ତ୍ରୀଙ୍କ ଅସନ୍ତୋଷ

‘ପଠାନ’କୁ ନେଇ ବୟକଟ୍ ଟ୍ରେଣ୍ଡ; ‘ବେଶରମ୍ ରଙ୍ଗ’ ଗୀତକୁ ନେଇ ମନ୍ତ୍ରୀଙ୍କ ଅସନ୍ତୋଷ

ଭୋପାଳ: ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ନୂଆ ଫିଲ୍ମ ‘ପଠାନ’କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ସିନେମାକୁ ବୟକଟ୍ କରିବା ପାଇଁ ମଧ୍ୟ ଦାବି ଉଠିଲାଣି । ଚଳଚ୍ଚିତ୍ରର ଏକ ଗୀତ ‘ବେଶରମ ରଙ୍ଗ’କୁ ନେଇ ସିନେମାକୁ ବ୍ୟାନ କରିବା ପାଇଁ ଦାବି ହୋଇଛି । ଏହି ଗୀତରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପୋଷାକ ପିନ୍ଧିବା ଶୈଳୀକୁ ନେଇ ଆପତ୍ତି ଉଠାଇଛନ୍ତି ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ଏମିତିକି ଫିଲ୍ମ ମଧ୍ୟପ୍ରଦେଶରେ ବ୍ୟାନ୍ ହୋଇପାରେ ବୋଲି ସେ ପରୋକ୍ଷରେ ଚେତାବନୀ ବି ଦେଇଛନ୍ତି ।

ଶାହରୁଖ ଖାନଙ୍କର ବହୁ ପ୍ରତିକ୍ଷୀତ ଫିଲ୍ମ ପଠାନ ୨୦୨୩ରେ ମୁକ୍ତିଲଭା କରିବାକୁ ଥିବା ବେଳେ ଏହାର ଏକ ଗୀତ ବେଶରମ ରଙ୍ଗକୁ ରିଲିଜ୍ କରାଯାଇଛି। ଫ୍ୟାନ୍ ଏହି ଗୀତକୁ ଖୁବ୍ ପ୍ରଶଂସା କରିବା ସହିତ ଶାହାରୁଖ ଓ ଦୀପିକାଙ୍କ ଅନ ସ୍କ୍ରିନ ରୋମାନ୍ସକୁ ତାରିଫ ମଧ୍ୟ କରିଛନ୍ତି । ହେଲେ ବିଜେପି ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଏହା ଆପତ୍ତିଜନକ ଲାଗିଛି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି “ ଗୀତରେ କଳାକାରଙ୍କ ବେଶଭୂଷା ଓ ପ୍ରଥମ ଦୃଶ୍ୟ ବହୁତ ଆପତ୍ତିଜନକ । ଏମିତିରେ ଦୀପିକା ପାଦୁକୋନ ଟୁକଡେ ଟୁକଡେ ଗ୍ୟାଙ୍ଗଙ୍କର ସମର୍ଥକ ରହିଛନ୍ତି। ତେଣୁ ଏଥିପାଇଁ ମୁଁ ନିବେଦନ କରୁଛି ଯେ ଏହାର ଦୃଶ୍ୟକୁ ସଂଶୋଧନ କରନ୍ତୁ। ଅନ୍ୟଥା ଫିଲ୍ମଟି ମଧ୍ୟପ୍ରଦେଶରେ ରିଲିଜ୍ ହେବ କି ନାହିଁ ତାହା ବିଚାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ନରୋତ୍ତମ ।”

ତେବେ ଫିଲ୍ମରେ ଦୀପିକା ଗେରୁଆ ବସ୍ତ୍ର ପିନ୍ଧି ଏଭଳି ଶୁଟ୍ କରିଥିବାରୁ ମନ୍ତ୍ରୀଙ୍କର ଅଧିକ ଆପତ୍ତି ରହିଛି ବୋଲି କୁହାଯାଉଛି । ସେପଟେ ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଜାତୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣୀ ମହାରାଜ ମଧ୍ୟ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ ହିନ୍ଦୀରେ ଟ୍ୱିଟ୍ କରି ଲେଖିଛନ୍ତି “ ଶାହାରୁଖ ଖାନଙ୍କ ଫିଲ୍ମ ପଠାନରେ ଗେରୁଆ ଓ ହିନ୍ଦୁ ସଂସ୍କୃତିକୁ ଅପମାନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking