20.1 C
Bhubaneswar
Thursday, January 16, 2025
Homeଓଡିଶାଲୋକ ଲଜ୍ଜା ସହି ନ ପାରି ନାବାଳକର ଆତ୍ମହତ୍ୟା

ଲୋକ ଲଜ୍ଜା ସହି ନ ପାରି ନାବାଳକର ଆତ୍ମହତ୍ୟା

କନ୍ଧମାଳ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ସାଡୀଙ୍ଗିଆ ପଞ୍ଚାୟତ କଟାପଙ୍ଗା ଗାଁରେ ଜଣେ ୧୭ ବର୍ଷର ନାବାଳକକୁ ଛେଳି ଚୋର କହି ମାଡ଼ ମାରିବା ସହ ଗାଁରେ ସର୍ବସମ୍ମୁଖରେ ଅପମାନିତ କରି ଚାରି ହଜାର ଟଙ୍କା ଫାଇନ କରିବାରୁ ଲୋକ ଲଜ୍ଜା ସହିନପାରି ନାବାଳକ ଜଣକ ଆତ୍ମହତ୍ୟା କରିଥିବା ନାବାଳକର ପରିବାର ଲୋକେ ଅଭଯୋଗ କରିଛନ୍ତି। ତେବେ ମୃତ ନାବାଳକ ଜଣକ ସେହି କଟାପଙ୍ଗା ଗାଁର ମହିପାଳ ରଣାଙ୍କ ପୁଅ ଜିତୁ ରଣା ବୋଲି ଜଣା ପଡିଛି ଓ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମୃତ ନାବାଳକ ଜଣକ ସୋମବାର ଦିନ ପାହିରେଜୁ ଗାଁରେ ଥିବା ନିଜ ଭଉଣୀ ଘରକୁ ଯାଇ ନିଜ ଗାଁ କଟାପଙ୍ଗାକୁ ଏକ ବାଇକରେ ଫେରୁଥିବା ସମୟରେ ବାନ୍ଦାଦଣି ଗାଁ ନିକଟରେ ଏକ ଛେଳି ବାଇକରେ ଲାଗି ଆହତ ହୋଇଥିଲା।

ସେ ଆହତ ଛେଳିର ଚିକତ୍ସା ପାଇଁ ବାଇକରେ ତାଙ୍କର ଅନ୍ୟ ଜଣେ ସାଙ୍ଗ ସହ ସାଡୀଙ୍ଗିଆ ନେଇ ଆସୁଥିବା ବେଳେ ବାନ୍ଦାଦଣି ଗାଁର କିଛି ଲୋକ ଛେଳି ଚୋରି କରି ଆଣୁଛୁ କହି ନିର୍ଧୁମ ମାଡ଼ ମାରିଥିଲେ ଓ ପରେ ଗାଁ ଲୋକ ଏକ ବୈଠକ କରି ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ମୃତ ଯୁବକର ପିତାଙ୍କୁ ଡାକି ବୈଠକ ମଝିରେ ଉଭୟ ବାପା ଓ ପୁଅକୁ ଗାଳିଗୁଲଜ କରି ଅପମାନିତ କରିବା ସହ ଚାରି ହଜାର ଟଙ୍କା ଫାଇନ କରିଥିବା ପରିବାର ଲୋକେ କହିଛନ୍ତି ଓ ଏହି ଘଟଣାକୁ ନେଇ ମୃତ ନାବାଳକ ଜଣକ ତାଙ୍କ ବାପା ଘରେ ନଥିବା ସମୟରେ ମଙ୍ଗଳବାର ଦିନ ପ୍ରାୟ ୧୨ଟା ସମୟରେ ଗାଁ ପାଖ ଜଙ୍ଗଲରେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking