28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶୟୁକ୍ରେନ୍ ସ୍ନାଇପର୍‌ଙ୍କ ବିଶ୍ୱରେକର୍ଡ; ୩.୮ କିମି ଦୂରରୁ ରୁଷ୍ ସୈନ୍ୟଙ୍କୁ ଗୁଳିକରି ହତ୍ୟା

ୟୁକ୍ରେନ୍ ସ୍ନାଇପର୍‌ଙ୍କ ବିଶ୍ୱରେକର୍ଡ; ୩.୮ କିମି ଦୂରରୁ ରୁଷ୍ ସୈନ୍ୟଙ୍କୁ ଗୁଳିକରି ହତ୍ୟା

କିଏଭ: ୨୦୨୨ ଫେବୃଆରୀ ୨୪ରୁ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଏହାର ପରିସମାପ୍ତି ଘଟିନାହିଁ । ତେବେ ଏହି ଯୁଦ୍ଧରେ ଭାଗ ନେଇଥିବା ୟୁକ୍ରେନ୍‌ର ଜଣେ ସ୍ନାଇପର ସୈନ୍ୟ ଅସାଧାରଣ କୃତିତ୍ୱ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ଭ୍ୟାଚେସ୍ଲାଭ୍ କୋଭାଲସ୍କି ନାମକ ୫୮ ବର୍ଷୀୟ ଏହି ସୈନ୍ୟ ୩.୮ କିମି ଦୂରରୁ ରାଇଫଲରୁ ଗୁଳିଚଳାଇ ଜଣେ ରୁଷ୍ ସୈନ୍ୟଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏଥିପାଇଁ ତାଙ୍କୁ ଗିନିଜ୍ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ମିଳିଛି । ସ୍ନାଇପର୍ ଓ ସ୍ପଟର ଯୋଡି କିଛି ରୁଷ୍ ସୈନ୍ୟଙ୍କୁ ଗଛ କାଟୁଥିବା ଲକ୍ଷ୍ୟ କରିଥିଲେ ।

ତେବେ ଏହି ସୈନ୍ୟଙ୍କୁ ହତ୍ୟା କରିବା ଅପେକ୍ଷା ଜଣେ ରୁଷୀୟ ବରିଷ୍ଠ ସେନାଧିକାରୀଙ୍କୁ ହତ୍ୟା କରିବାକୁ କୋଭାଲସ୍କି ଉଚିତ ମଣିଥିଲେ । ଫଳରେ ପ୍ରବଳ ଶୀତରେ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା । ଶେଷରେ ଜଣେ ରୁଷ୍ ସେନାଧିକାରୀ ଦୃଶ୍ୟମାନ ହୋଇଥିଲେ । ସ୍ପଟର ଜଣକ ଅଧିକାରୀଙ୍କ ଉପସ୍ଥିତି ସମ୍ପର୍କରେ ସ୍ପଷ୍ଟ କରିବାପରେ କୋଭାଲସ୍କି ସ୍ନାଇପର ରାଇଫଲରୁ ୩.୮ କିମି ଦୂରରେ ଥିବା ଅଫିସରଙ୍କୁ ଗୁଳକରି ହତ୍ୟା କରିବାରେ ସକ୍ଷମ ହୋଇଥିଲେ ।

ଅବଶ୍ୟ ଗୁଳି ଫୁଟାଇବା ପୂର୍ବରୁ ତାଙ୍କୁ ପବନର ବେଗ,ବାୟୁମଣ୍ଡଳର ଆଦ୍ରତା ଏବଂ ଲକ୍ଷ୍ୟସ୍ଥଳର ଦୂରତାକୁ ସଠିକ୍‌ଭାବେ ମାପିବାକୁ ପଡିଥିଲା । ପୂର୍ବରୁ ୨୦୧୭ରେ କାନାଡାର ଜଣେ ସ୍ନାଇପର ୩.୫ କିମି ଦୂରରୁ ଜଣେ ତାଲିବାନ ଆତଙ୍କବାଦୀକୁ ଲକ୍ଷ୍ୟଭେଦ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking