କିବ୍: କିଛିଦିନର ବ୍ୟବଧାନ ପରେ ମୁହଁ ଖୋଲିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲ୍ଡିମିଣ୍ ଜେଲେନ୍ସ୍କି । ଜେଲେନ୍ସ୍କି ଡରରେ ଲୁଚି ପଳାଇଥିବା ଯେଉଁ ଗୁଜବ ହେଉଥିବା ତାହାର ପ୍ରତିବାଦରେ ଆଜି ସେ ତାଙ୍କ ଅଫଇସିଆଲ୍ ଇନ୍ଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ରୁଷ୍ର ଟିପ୍ପଣୀକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ‘ମୁଁ କାହାକୁ ଡରିନି କି କେଉଁଆଡ଼େ ଲୁଚି ଯାଇନି । କିବ୍ରେ ହିଁ ରହିଛି ଏବଂ ମୋ ଠିକଣା ବନ୍କୋଭା ଷ୍ଟ୍ରିଟ୍ । ଏହାସହ ଦେଶର ହିତସାଧନ ପାଇଁ ଯେମିତି ହେଉ ଆମକୁ ଏ ଯୁଦ୍ଧ ଜିତିବାକୁ ପଡ଼ିବ ।’ କହି ୟୁକ୍ରେନୀ ନାଗରିକ ଏବଂ ସୈନିକ ମାନଙ୍କ ମନୋବଳକୁ ଦୃଢ଼ କରିଛନ୍ତି ।