21.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ: ଟ୍ରସ୍‌ଙ୍କ ବିଜୟ ସମ୍ଭାବନା ୯୦% ଅଧିକ- ରିପୋର୍ଟ

ବ୍ରିଟେନ ପ୍ରଧାନମନ୍ତ୍ରୀ ନିର୍ବାଚନ: ଟ୍ରସ୍‌ଙ୍କ ବିଜୟ ସମ୍ଭାବନା ୯୦% ଅଧିକ- ରିପୋର୍ଟ

ଲଣ୍ଡନ: ବୋରିସ ଜନସନ୍‌ଙ୍କ ଇସ୍ତଫା ପରେ ବର୍ତ୍ତମାନ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଚୂଡାନ୍ତ ପର୍ଯ୍ୟାୟରେ ଭାରତୀୟ ବଂଶଦ୍ଭୋବ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକ୍ ଏବଂ ପୂର୍ବତନ ବିଦେଶ ମନ୍ତ୍ରୀ ଲିଜ୍ ଟ୍ରସଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଜାରି ରହିଛି । ଏମାନଙ୍କ ମଧ୍ୟରୁ ଯିଏ କନ୍‌ଜର୍ଭେଟିଭ୍ ପାର୍ଟିର ନେତା ମନୋନୀତ ହେବେ, ସିଏ ହିଁ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିବେ ବୋଲି ଜଣାପଡିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ସୁନକ୍ ଆଗୁଆ ରହିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ଦଳ ମଧ୍ୟରେ ତାଙ୍କର ଲୋକପ୍ରିୟତା କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ସଦ୍ୟ ସର୍ଭେ ଅନୁଯାୟୀ ସୁନକ୍‌ଙ୍କ ତୁଳନାରେ ଟ୍ରସ୍‌ଙ୍କ ବିଜୟ ସମ୍ଭାବନା ୯୦ ପ୍ରତିଶତ ଅଧିକ ରହିଛି ବୋଲି ବେଟିଂ ଏକ୍ସଚେଞ୍ଜ ଫାର୍ମ ‘ସ୍ମାର୍କେଟ୍‌ସ’ ପକ୍ଷରୁ କୁହାଯାଇଛି ।

ଇଂଲଣ୍ଡରେ ଥିବା କନ୍‌ଜର୍ଭେଟିଭ୍ ପାର୍ଟିର ୧,୭୫,୦୦୦ ଦଳୀୟ କର୍ମୀଙ୍କ ସମର୍ଥ ହାସଲ କରିବାକୁ ଉଭୟ ସୁନକ୍ ଓ ଟ୍ରସ୍ ବର୍ତ୍ତମାନ ଦେଶ ଭ୍ରମଣରେ ବାହାରିଛନ୍ତି । ସାଂପ୍ରତିକ ସ୍ଥିତିକୁ ଅନୁଧ୍ୟାନ କଲେ ସୁନକ୍ ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ମାତ୍ର ୧୦ ପ୍ରତିଶତରେ ସୀମିତ ରହିଥିବା ସର୍ଭେ ରିପୋର୍ଟରେ କୁହାଯାଇଛି । ସୂଚନାଯୋଗ୍ୟ ଜନ୍‌ସନ୍ ଜୁଲାଇ ୭ରେ ଇସ୍ତଫା ଦେବାପରେ ପ୍ରଧାନମନ୍ତ୍ରୀ ଦୌଡରେ ମୋଟ ୧୧ ଜଣ ନେତା ସାମିଲ ହୋଇଥିଲେ । ବର୍ତ୍ତମାନ ଲଢେଇ କେବଳ ସୁନକ୍ ଓ ଟ୍ରସଙ୍କ ମଧ୍ୟରେ ସୀମିତ ରହିଛି । ଏହି ଦୁଇ ନେତା ଇତିମଧ୍ୟରେ ଟିଭି ବିତର୍କରେ ଭାଗନେଇ ନିଜର ବକ୍ତବ୍ୟ ରଖିସାରିଛନ୍ତି । ତେବେ ଟ୍ରସ୍‌ଙ୍କ ସପକ୍ଷରେ ହାୱା ବୋହୁଥିବା ବିବିସି ପକ୍ଷରୁ ମଧ୍ୟ କୁହାଯାଇଛି । ସେପ୍ଟେମ୍ବର ୫ରେ ଦଳୀୟ ନେତା ନିର୍ବାଚିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking