29.4 C
Bhubaneswar
Monday, May 19, 2025
Homeଦେଶ ବିଦେଶଭିସା ନିୟମରେ ବ୍ୟାପକ ପରିବର୍ତ୍ତନ କଲା ବ୍ରିଟେନ; କେଉଁ ଭାରତୀୟମାନେ ପ୍ରଭାବିତ ହେବେ ଆସନ୍ତୁ ଜାଣିବା...

ଭିସା ନିୟମରେ ବ୍ୟାପକ ପରିବର୍ତ୍ତନ କଲା ବ୍ରିଟେନ; କେଉଁ ଭାରତୀୟମାନେ ପ୍ରଭାବିତ ହେବେ ଆସନ୍ତୁ ଜାଣିବା ?

ବ୍ୟୁରୋ : ବ୍ରିଟେନ ଏହାର ଭିସା ନିୟମ ପରିବର୍ତ୍ତନ କରିଛି । ଯଦିଓ ଏହା ସମସ୍ତ ଦେଶକୁ ପ୍ରଭାବିତ କରିବ କିନ୍ତୁ ଭାରତ, ଯେଉଁଠାରୁ ବହୁସଂଖ୍ୟାରେ ଲୋକମାନେ ଅଧ୍ୟୟନ, ଚାକିରି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ବ୍ରିଟେନ ଯାଆନ୍ତି । ଏହା ନୂତନ ନିୟମ ଦ୍ୱାରା ସେମାନେ ପ୍ରଭାବିତ ହୋଇପାରନ୍ତି । ବ୍ରିଟେନରେ ନୂତନ ନିୟମ ଆସନ୍ତା ବର୍ଷ ୨୦୨୪ ରୁ କାର୍ଯ୍ୟକାରୀ ହେବ ।ବ୍ରିଟେନରେ ଏହି ନିଷ୍ପତ୍ତି ନିଆଯାଇଛି କିନ୍ତୁ ଏହାର ପ୍ରତିଧ୍ଵନି ଅନେକ ଦେଶରେ ଶୁଣିବାକୁ ମିଳୁଛି । ବ୍ରିଟିଶ ସରକାରଙ୍କ ନିଷ୍ପତ୍ତି ବିଷୟରେ ଭାରତରେ ବିଶେଷ ଭାବେ ଆଲୋଚନା ହେଉଛି । ବ୍ରିଟେନକୁ ଆସୁଥିବା ଲୋକଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ରୁଷି ସୁନକଙ୍କ ସରକାର କିଛି କଠୋର ପଦକ୍ଷେପ ନେଇଛନ୍ତି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବ୍ରିଟେନକୁ ଆସୁଥିବା ବ୍ୟକ୍ତିଙ୍କୁ ବର୍ତ୍ତମାନଠାରୁ ତାଙ୍କ ପରିବାର ସଦସ୍ୟଙ୍କୁ ସେଠାକୁ ନେଇପାରିବେ ନାହିଁ । ଏହାପରି କଠୋର କଟକଣା ମଧ୍ୟରେ ଏକ ଭଲ ଖବର ମଧ୍ୟ ଅଛି । ବ୍ରିଟେନ ସରକାର କୁଶଳୀ ଚାକିରି(ସ୍କିଲଡ୍ ଜବ) ପାଇଁ ପାରିଶ୍ରମିକରେ ବହୁତ ବୃଦ୍ଧି କରିଛନ୍ତି ।ଗତ ସପ୍ତାହରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ବ୍ରିଟେନକୁ ଆସୁଥିବା କୁଶଳୀ ଶ୍ରମିକମାନଙ୍କ ମଧ୍ୟରେ ଭାରତୀୟମାନଙ୍କ ପ୍ରାଧାନ୍ୟ ରହିଛି । ଏହି ଶ୍ରମିକମାନଙ୍କ ବ୍ୟତୀତ ମେଡିକାଲରେ କାର୍ଯ୍ୟ କରୁଥିବା ଏବଂ ଅନେକ ଛାତ୍ର ଗତ ବର୍ଷ ବ୍ରିଟେନର ଭିସା ନେଇଥିଲେ । ଗତ ବର୍ଷ ବିଭିନ୍ନ ବର୍ଗରେ ବ୍ରିଟେନକୁ ଭିସା ଆବେଦନ କରୁଥିବା ଲୋକଙ୍କ ମଧ୍ୟରେ ଭାରତୀୟମାନେ ଶୀର୍ଷରେ ରହିଥିଲେ । ଛାତ୍ର ଭିସା ବର୍ଗରେ ଭାରତୀୟଙ୍କ ସର୍ବାଧିକ ଅଂଶ ଥିଲା। ଭାରତୀୟ ଛାତ୍ରମାନେ ନୂତନ ସ୍ନାତକୋତ୍ତର ଭିସା ସ୍କିମ୍ ରେ ବ୍ରିଟେନକୁ ଯାଉଛନ୍ତି । ଗତ ବର୍ଷ ଏହି ବ୍ୟବସ୍ଥା ଅଧୀନରେ ଦିଆଯାଇଥିବା ଅନୁଦାନର ପ୍ରାୟ ୪୩ ପ୍ରତିଶତ ଅନୁଦାନ ଭାରତୀୟମାନେ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking