14.1 C
Bhubaneswar
Saturday, January 11, 2025
Homeଓଡିଶାଵାଘମୁଣ୍ଡା ଗାଁ'ର ସୀତାଙ୍କ ଦୁଃଖର କାହାଣୀ

ଵାଘମୁଣ୍ଡା ଗାଁ’ର ସୀତାଙ୍କ ଦୁଃଖର କାହାଣୀ

ଉଦଳା : ମୁଣ୍ଡ ଗୂଁଜିବାକୁ ଘରନାହିଁ । ଖାଇଵାକୁ ରାସନ ନାହିଁ, ଚାଲିବାକୁ ଅଣ୍ଟା ରେ ଵଳନାହିଁ, ପର ପିଣ୍ଡାରେ ପଡି ଖାଲି ମୃତ୍ୟୁକୁ ଅପେକ୍ଷା। ସ୍ୱାମୀ ଚାଲିଗଲା ପରେ ରୋଜଗାରିଆ ଭେଣ୍ଡିଆ ପୁଅ ମଧ୍ୟ କେଉଁ ଏକ ଅଜଣା ରୋଗରେ ଵାଟ କାଟିଲା, କାମଧନ୍ଦା କରି ଯେନତେନ ପ୍ରକାରରେ ଚଳି ଯାଉଥିଲା । ଶେଷରେ ଦଇଵଵି ଦାଉ ସାଧିଲା । ହାତ ଗୋଡ ଅଚଳ କରି ପକାଇଲା। ଅନେକ ଚେଷ୍ଟାରେ ଚୁଵୁରି ଚୁଵୁରି ସମ୍ପର୍କୀୟ ପୁତୁରା ଘରେ ଆଶ୍ରୟ ନେଇଛନ୍ତି ।
ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଵ୍ଲକ ଜଡିଦା ପଞ୍ଚାୟତର ୯ନମ୍ବର ଓ୍ଵାଡ଼ ଵାଘମୁଣ୍ଡା ଗାଁ’ରେ । ଗାଁ କୁ ରାସ୍ତା ଟିଏ ନାହିଁ, ପିଇଵା ପାଣି ଵଦଳରେ ଚୁଆପାଣି ଭରଷା, ଏହି ଗାଁ ର ଚାରିପଟରେ ଘେରି ରହିଛି ଜଙ୍ଗଲ, ସ୍ଵାମି ସନ୍ତାନକୁ ଧରି ଶୁଖରେ ଦିନ କାଟୁଥିଲା ସୀତା ମୁର୍ମୁ । ପରଘରେ ଦିନ ମଜୁରିଆ ଭାବେ କାମ କରି କୁଟୁମ୍ବ ପ୍ରତିପୋଷଣ କରୁଥିଲେ । ପ୍ରଥମେ ସ୍ଵାମି ଓ ପରେ ପୁଅ, ଦୁଇଜଣ ରୋଜଗାରିଆ ଡକା ଡକି ହୋଇ ଚାଲିଗଲେ ଆରପାରିକୁ, କର୍ମକୁ ଆଦରି ପର ଘରେ ପାଇଟି କରି ବଞ୍ଚି ଯାଉଥିଲା, ଆଜକୁ ୨ ଵର୍ଷ ପୂର୍ବରୁ କେଉଁ ଏକ ଅଜଣା ରୋଗରେ ଗୋଡ ଦୁଇଟି ଅଚଳ ହୋଇଗଲା । ଚାଲି ପାରିଲାନାହିଁ, ରୋଷେଇ ନକରି ଓପାସ ରହିଲା । ଖଵରପାଇ ନିଜର ଜଣେ ସମ୍ପକୀୟ ପୁତରା ଆଣି ଘରେ ରଖିଲା,ପଇସା ପତ୍ର ଖର୍ଚ୍ଚ କରି ଡାକ୍ତର ଦେଖାଇ ହତାସ ହେଲା । ସୀତା ଵସିପାରିଲା ମାତ୍ର ଉଠି ପାରିଲା ନାହିଁ । ଗୋଡ ଦୁଇଟି ଅଚଳ ହୋଇଯାଇଥିଲା, ଚୁଵୁରି ଚୁଵୁରି ଚାଲିଲା । ପୁତରା ମଧ୍ୟ ସେମିତି ପଇସାଵାଲା ହୋଇନଥିଵାରୁ ଅଧିକ ଚିକିତ୍ସା କରିବା ପାଇଁ ଅର୍ଥ ଵାଧକ ସାଜିଲା। ସମ୍ପକୀୟ ଵନ୍ଧୁ ବାନ୍ଧଵଙ୍କ ଘରେ ୮/୧୫ଦିନ ରହି ହାତଟେକା ଖାଦ୍ୟ ଖାଇଵାକୁ ଆଉ ଭଲ ଲାଗୁନି। ସରକାର ଖାଲି ଵାର୍ଦ୍ଧକ୍ଯ ଭତ୍ତା ଟିଏ ଧରାଇ ଦେଇ କାମ ସାରି ଦେଇଛି । ଆହା କହିଵାକୁ ସାହା କେହି ନାହିଁ। ରହିଵା ପାଇଁ ଘର, ଖାଇଵା ପାଇଁ ରାସନ, ଔଷଧ ଯୋଗାଇ ଦେଵାକୁ ଆକୁଳ କଣ୍ଠରେ ନିଵେଦନ କରିଛି ସୀତା। ସେପଟେ ଅସହାୟ ସୀତାଙ୍କୁ ମଙ୍ଗଳ ଯୋଜନାରେ ଵୃଦ୍ଧାଶ୍ରମ ନେଇ ଜିଵାକୁ ଗ୍ରାମଵାସୀ ନିଵେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking