30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ସଚିବ

ଭାରତ ଗସ୍ତରେ ଆସିବେ ଆମେରିକାର ବୈଦେଶିକ ଓ ପ୍ରତିରକ୍ଷା ସଚିବ

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ପରବର୍ତ୍ତୀ ୨+୨ ବୈଠକ ଆସନ୍ତା ବର୍ଷ ଫେବ୍ରୁଆରି କିମ୍ବା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବ । ଏଥିପାଇଁ ଆମେରିକାର ପରରାଷ୍ଟ୍ର ସଚିବ ଆନ୍ଥୋନୀ ବ୍ଲିଙ୍କେନ ଓ ପ୍ରତିରକ୍ଷା ସଚିବ ଲୟଡ୍ ଅଷ୍ଟିନ ଭାରତ ଗସ୍ତରେ ଆସିବେ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ସେମାନେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ସାକ୍ଷାତ କରି ଦ୍ବିପାକ୍ଷିକ କୂଟନୈତିକ ଓ ପ୍ରତିରକ୍ଷା ସଂପର୍କ ଉପରେ ଆଲୋଚନା କରିବେ ।ୟୁକ୍ରେନ ଯୁଦ୍ଧ ପରେ ଭାରତ ଓ ଆମେରିକା ମଧ୍ୟରେ ଥିବା ସଂପର୍କରେ କିଛିଟା ଭଟ୍ଟା ଆସିଥିବା ଲକ୍ଷ୍ୟ କରାଯାଉଛି । ଏହି ପ୍ରସଙ୍ଗରେ ଭାରତ ନିରପେକ୍ଷତା ଅବଲମ୍ବନ କରୁଥିବାରୁ ଆମେରିକା ଓ ୟୁରୋପୀୟ ଦେଶମାନେ ଅସନ୍ତୁଷ୍ଟ ଅଛନ୍ତି । ୨+୨ ବୈଠକରେ ଏ ନେଇ ଆଲୋଚନା ହୋଇପାରେ । ସେହିପରି ଆଫଗାନିସ୍ତାନର ପୁନର୍ନିର୍ମାଣ ପ୍ରସଙ୍ଗରେ ବି ଆଲୋଚନା ହୋଇପାରେ । ଅନ୍ୟପକ୍ଷରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଭାରତ ଉଠାଇପାରେ । ତାହା ହେଉଛି ପାକିସ୍ତାନକୁ ଆମେରିକା ପୁଣି ଥରେ ସାମରିକ ସହାୟତା ଆରମ୍ଭ କରିଦେଇଛି । ଏହାକୁ ନେି ଭାରତ ଖୋଲାଖୋଲି ନିଜର ଅସନ୍ତୋଷ ଜଣାଇସାରିଛି । ୨+୨ ବୈଠକରେ ଭାରତ ଏହି ପ୍ରସଙ୍ଗ ଉଠାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking