28.1 C
Bhubaneswar
Tuesday, June 17, 2025
Homeଦେଶ ବିଦେଶନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର ‘ଅସ୍ୱାଭାବିକ’ ମୃତ୍ୟୁ!

ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର ‘ଅସ୍ୱାଭାବିକ’ ମୃତ୍ୟୁ!

ଥିରୁଅନନ୍ତପୁରମ : ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର ‘ଅସ୍ୱାଭାବିକ’ ମୃତ୍ୟୁ ଘଟିଥିବା ସନ୍ଦେହ କରି କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର କୋଝିକୋଡ଼ ଜିଲ୍ଲାରେ ସ୍ବାସ୍ଥ୍ୟ ଆଲର୍ଟ ଜାରି କରାଯାଇଛି। ସୋମବାର ରାତିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ କରି ସ୍ଥିତିର ସମୀକ୍ଷା କରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଜ୍ୱର ପରେ ଦୁଇଟି “ଅସ୍ୱାଭାବିକ” ମୃତ୍ୟୁ ଏକ ଘରୋଇ ହସ୍ପିଟାଲରୁ ରିପୋର୍ଟ ହୋଇଛି ଏବଂ ଏହା ସନ୍ଦେହ କରାଯାଉଛି ଯେ ଏହା ନିପା ଭାଇରସ୍ କାରଣରୁ ହୋଇଛି। ଜଣେ ମୃତକଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଇଣ୍ଟେନ୍ସିଭ୍ କେୟାର୍ ୟୁନିଟରେ ଭର୍ତ୍ତି କରାଯାଉଛି ବୋଲି ଏଥିରେ କୁହାଯାଇଛି। ୨୦୧୮ ଓ ୨୦୨୧ରେ କୋଝିକୋଡ଼ ଜିଲ୍ଲାରେ ନିପା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ଘଟିଥିଲା। ଦକ୍ଷିଣ ଭାରତରେ ପ୍ରଥମ ନିପା ଭାଇରସ୍ ୧୯ ମେ ୨୦୧୮ରେ କୋଝିକୋଡ଼ରୁ ବ୍ୟାପିଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ନିପା ଭାଇରସ ଏକ ଜୁନୋଟିକ୍ ରୋଗ ଅଟେ ଯାହା ପଶୁଙ୍କ ଦ୍ୱାରା ସଂକ୍ରମିତ ହୋଇଥାଏ ଏବଂ ଏହା ଦୂଷିତ ଖାଦ୍ୟ କିମ୍ବା ସିଧାସଳଖ ବ୍ୟକ୍ତିଠାରୁ ବ୍ୟକ୍ତିକୁ ବ୍ୟାପିଥାଏ। ସଂକ୍ରମିତ ଲୋକଙ୍କ ମଧ୍ୟରେ ଏହା ଲକ୍ଷଣହୀନ (ସବକ୍ଲିନିକାଲ୍) ସଂକ୍ରମଣଠାରୁ ଆରମ୍ଭ କରି ତୀବ୍ର ଶ୍ୱାସ ରୋଗ ଓ ମାରାତ୍ମକ ଏନ୍ସେଫାଲାଇଟିସ୍ ଭଳି ଅନେକ ରୋଗ ସୃଷ୍ଟି କରିଥାଏ। ଏହି ଭାଇରସ୍ ଯୋଗୁ ଘୁଷୁରି ଭଳି ଜୀବଜନ୍ତୁଙ୍କୁ ମଧ୍ୟ ଭୟଙ୍କର ରୋଗ ହୋଇପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking