29.1 C
Bhubaneswar
Friday, April 18, 2025
Homeଓଡିଶାଆଜିଠୁ ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଆଜିଠୁ ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ଭୁବନେଶ୍ୱର : ତୃତୀୟ ଥର ଲାଗି ଯୁକ୍ତ ଦୁଇ ଇ-ନାମଲେଖା ଲାଗି ଆବେଦନ କରିପାରିବେ । ଯୁକ୍ତ ଦୁଇ ଇ-ନାମଲେଖା ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ମିଳିଲା ସୁଯୋଗ । ଆଜିଠୁ ନଭେମ୍ବର ୧୫ ତାରିଖ ଯାଏ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ପୁଣି ଥରେ ଆବେଦନ କରିପାରିବେ ।

ଇଚ୍ଛୁକ ଛାତ୍ରଛାତ୍ରୀ ଓ ଅଭିଭାବକମାନେ www.samsodisha.inରେ ସମ୍ପୂର୍ଣ୍ଣ ବିବରଣୀ ଜାଣିପାରିବେ । ଯେଉଁମାନେ ଆଦୌ ପଞ୍ଜୀକରଣ କରିନାହାନ୍ତି, ସେମାନେ ନୂଆକରି ପଞ୍ଜୀକରଣ କରିବେ । ଯେଉଁମାନେ ପୂର୍ବରୁ ପଞ୍ଜୀକରଣ କରିଛନ୍ତି ସେମାନେ ଆଉଥରେ ଆବେଦନ କରିବେ । ଏହି ପର୍ଯ୍ୟାୟର ମେଧା ତାଲିକା ଆସନ୍ତା ୧୮ରେ ପ୍ରକାଶ ପାଇବ । ଚୟନ କରାଯାଇଥିବା ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ସ୍କୁଲରେ ନାମଲେଖାଇବାର ତାରିଖ ନଭେମ୍ବର ୧୮ ରୁ ୨୧ତାରିଖ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking