ମୁଣ୍ଡମୁହାଣ: ଇନଫୋଭ୍ୟାଲି ଥାନା ମଦନପୁରର ବଡ଼ରଘୁନାଥପୁର ଅଞ୍ଚଳରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ହେଲେ ଗୋପିନାଥ ମହାନ୍ତି(୪୦) । ତାଙ୍କ ଘର ନୟାଗଡ ଜିଲ୍ଲା ଖଣ୍ଡପଡା ହୋଇଥିବା ବେଳେ ସେ ଇନଫୋଭ୍ୟାଲି ଥାନା ବଡ଼ରଘୁନାଥପୁର ଗ୍ରାମରେ ଘର କରି ରହୁଛନ୍ତି । ପ୍ରାଥମିକ ତଦନ୍ତରୁ ପାରିବାରିକ କଳହରୁ ପୁଲିସ ଏହା ଆତ୍ମହତ୍ୟା ବୋଲି ଜାଣିବାକୁ ପାଇଛି । ମୃତ ଗୋପିନାଥ ମହାନ୍ତି ବଡ ରଘୁନାଥପୁର ଗ୍ରାମରେ ଘର କରି ରୁହନ୍ତି । ଗତକାଲି ଗୋପିନାଥ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳିଝଗଡ଼ା ହୋଇଥିଲା । ରାତିରେ ଖାଇ ସାରି ଉଭୟ ଶୋଇବାକୁ ଯାଇଥିଲେ ।
କିନ୍ତୁ ରାତିରେ ଗୋପିନାଥ ଅନ୍ୟ ଏକ କୋଠରିକୁ ଆସି ବେକରେ ଲୁଗା ବାନ୍ଧି ଝୁଲି ପଡ଼ିଥିଲେ । ସକାଳୁ କବାଟ ନ ଖୋଲିବାରୁ ସନ୍ଦେହ ହୋଇଥିଲା ଓ ପାଖପଡ଼ୋଶୀଙ୍କୁ ଡାକି ଦେଖିବା ବେଳକୁ ଗୋପିନାଥ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏ ନେଇ ଇନଫୋଭ୍ୟାଲି ଥାନାକୁ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଏମ୍ସ ଡାକ୍ତରଖାନାକୁ ପଠାଇଥିଲା । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି । ଶବ ବ୍ୟବଚ୍ଛେଦ ବିବରଣୀ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ କହିଛନ୍ତି ।