31.1 C
Bhubaneswar
Sunday, May 17, 2026
Homeଓଡିଶାପୋଖରୀରେ ବୁଡି ୨ ଭଉଣୀ ମୃତ

ପୋଖରୀରେ ବୁଡି ୨ ଭଉଣୀ ମୃତ

ବାସୁଦେବପୁର: କାଶିଆ ସାମୁଦ୍ରିକ ଥାନା ସାନକୃଷ୍ଣ ଡିହସହି ଗାଁରେ ଗୁରୁବାର ଅଘଟଣ ଘଟିଛି। ପୋଖରୀରେ ବୁଡି ଦୁଇ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ମୃତକ ବସନ୍ତ ମଳିକଙ୍କ ଝିଅ କ୍ରୀଷ୍ଣା ଓ କୋଏଲ। ଉଭୟଙ୍କ ବୟସ ୫ ରୁ ୭ ବର୍ଷ ମଧ୍ୟରେ ହେବ। ଘର ପାଖରେ ଦୁଇ ଜଣ ଖେଳୁଥିବା ବେଳେ ପାଖରେ ଥିବା ପୋଖରୀରେ ପଡି ଯାଇଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ପୋଖରୀରୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ଦୁଇ ଜଣକୁ ମୃତ ଘୋଷଣା କରିଥିଲେ। ଦୁଇ ଭଉଣୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking