29.1 C
Bhubaneswar
Monday, June 9, 2025
Homeଦେଶ ବିଦେଶହସପିଟାଲରେ ଗୁଳିକାଣ୍ଡ, ୨ ମୃତ

ହସପିଟାଲରେ ଗୁଳିକାଣ୍ଡ, ୨ ମୃତ

ୱାଶିଂଟନ୍‌: ଆମେରିକାର ଉତ୍ତର-ପୂର୍ବ ରାଜ୍ୟ ନ୍ୟୁ ହାମ୍ପସାୟରର ଏକ ଡାକ୍ତରଖାନାରେ ଗୁଳିକାଣ୍ଡ । ଏହି ଗୁଳିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ଗୁଳିକାଣ୍ଡ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଷ୍ଟେଟ୍ ପୋଲିସ୍ କର୍ଣ୍ଣ ମାର୍କ ହଲ୍ କହିଛନ୍ତି ଯେ, ସନ୍ଦିଗ୍ଧ ଜଣକ କର୍ନକର୍ଡର ନ୍ୟୁ ହାମ୍ପସାୟର୍ ହସ୍ପିଟାଲରେ ପ୍ରବେଶ କରି ଲବିରେ ଜଣେ ବ୍ୟକ୍ତିଙ୍କୁ ଗୁଳି ଚଳାଇଥିଲା। ଡାକ୍ତରଖାନାରେ ଥିବା ଜଣେ ସିକ୍ୟୁରିଟି ଗାର୍ଡ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଫାୟାରିଂ କରିଥିଲେ ।

ଦୁର୍ବୃତ୍ତ ଜଣକ ହସପିଟାଲରେ ଲବିରେ ଏଭଳି କାଣ୍ଡ ରଚିଥିଲା। ତେବେ ସାଧାରଣଙ୍କ ପାଇଁ କୌଣସି ବିପଦ ନାହିଁ କିମ୍ବା ଡାକ୍ତରଖାନା ରୋଗୀଙ୍କ ପାଇଁ କୌଣସି ବିପଦ ନାହିଁ ବୋଲି ପୋଲିସ କହିଛନ୍ତି। ସୂଚନାଯୋଗ୍ୟ, ନ୍ୟୁ ହାମ୍ପସାୟରରେ ୧୮୫ ଶଯ୍ୟା ବିଶିଷ୍ଟ ଏକ ଡାକ୍ତରଖାନା । ଏଠାରେ ଗୁରୁତର ମାନସିକ ରୋଗୀଙ୍କ ଚିକିତ୍ସା କରାଯାଏ । ଆମେରିକାରେ ଦିନକୁ ଦିନ ବଢିଚାଲିଛି ଗୁଳିକାଣ୍ଡ ଘଟଣା । ଆମେରିକାରେ ଗୁଳିକାଣ୍ଡ ଘଟଣା ସାଧାରଣ କଥା ହୋଇଯାଇଛି । ଏଥିପାଇଁ ଅନେକଙ୍କ ଜୀବନ ମଧ୍ୟ ଚାଲିଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking