26.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶପଶ୍ଚିମ ଆଫ୍ରିକାରେ ଦୁଇଜଣ ଭାରତୀୟଙ୍କର ମୃତ୍ୟୁ

ପଶ୍ଚିମ ଆଫ୍ରିକାରେ ଦୁଇଜଣ ଭାରତୀୟଙ୍କର ମୃତ୍ୟୁ

ଆବୁଜାନ୍‌: ସନ୍ତୋଷ ଗୋଏଲ୍‌ ଓ ସଞ୍ଜୟ ଗୋଏଲ୍‌ ନାମରେ ଦୁଇଜଣ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ନେଇ ପଶ୍ଚିମ ଆଫ୍ରିକାର କୋଟ୍‌ ଡିଭୟର୍‌ରେ ଥିବା ଭାରତୀୟ ଦୂତାବାସ ସୂଚନା ଦେଇଛନ୍ତି । ଆବୁଜାନ୍‌ରୁ ସେମାନଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଦୂତାବାସ ଗଭୀର ସମବେଦନ ଜଣାଇବା ସହିତ ଏଭଳି ଦୁଃଖଦ ସମୟରେ ସେମାନଙ୍କୁ ଯଥାସମ୍ଭବ ସହାୟତା କରିବା ଲାଗି ପ୍ରତିଶ୍ରୁତି ଦେଇଛି।ଏକ୍ସ୍‌’ ପୋଷ୍ଟ୍‌ରେ ଦେଇଥିବା ଔପଚାରିକ ବିବୃତିରେ ଭାରତୀୟ ଦୂତାବାସ କହିଛି ଯେ, ଦମ୍ପତିଙ୍କ ଶବ ସ୍ବଦେଶ ଫେରାଇ ନେବା ପାଇଁ ପରିବହନ ବ୍ୟବସ୍ଥା କରିବା ଲାଗି ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ସହିତ ସକ୍ରିୟ ସହଯୋଗ କରୁଛନ୍ତି। ଶୋକସନ୍ତପ୍ତ ପରିବାରକୁ ସାମଗ୍ରିକ ସହାୟତା ଯୋଗାଇ ଦେବ ବୋଲି ମଧ୍ୟ ଦୂତାବାସ କହିଛି। ଏହାଛଡ଼ା, କେଉଁ ପରିସ୍ଥିତିରେ ଏହି ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଲା ତା’ର ତଦନ୍ତ ବିଷୟରେ ସୁନିଶ୍ଚିତ ହେବାକୁ ମଧ୍ୟ ଦୂତାବାସ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ସହିତ ମିଶି ଉଦ୍ୟମ ଚଳାଇଛି।ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ ଚଳାଇଛି।ଭାରତରୁ ଇଥିଓପିଆ ବାଟ ଦେଇ ଆଇଭୋରି କୋଷ୍ଟ୍‌ ଯିବା ବେଳେ ସେମାନଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ପରିବାର ଲୋକେ କହିଛନ୍ତି ଯେ, କୌଣସି କାରଣରୁ ସଞ୍ଜୟ ଓ ସନ୍ତୋଷ ଇଥିଓପିଆରେ ଅବତରଣ କରିଥିଲେ। ତା’ପରେ ସେମାନଙ୍କ ସହିତ ଯୋଗାଯୋଗ କରିବା ସମ୍ଭବ ହୋଇ ନ ଥିଲା।ଏହାପରେ, ତାଙ୍କ ପରିବାର ଲୋକେ ଫେବ୍ରୁଆରି ୨୭ ତାରିଖ ଦିନ ଦିଲ୍ଲୀ ପୁଲିସ ନିକଟରେ ନିରୁଦ୍ଦିଷ୍ଟ ଅଭିଯୋଗ ଦାଏର କରିଥିଲେ। ସହାୟତା ପାଇଁ ସେମାନେ ଆଇଭୋରି କୋଷ୍ଟ୍‌ ଓ ଇଥିଓପିଆରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗ ବି କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking