29.1 C
Bhubaneswar
Monday, June 24, 2024
Homeଓଡିଶାଜଳପ୍ରପାତରେ ବୁଡି ଦୁଇ ଭାଇ ମୃତ

ଜଳପ୍ରପାତରେ ବୁଡି ଦୁଇ ଭାଇ ମୃତ

ମାଲକାନଗିରି : ଜଳପ୍ରପାତରେ ବୁଡି ଦୁଇ ଭାଇ ମୃତ । ଜଳପ୍ରପାତରେ ସେଲ୍‌ଫି ନେବାନ ବେଳେ ବୁଡ଼ି ଗଲେ ଦୁଇଭାଇ । ସୂଚନା ଅନୁସାରେ, ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମାଡ଼କାପଦର ପଞ୍ଚାୟତର ଗୁମ୍ମାଝରଣ ଜଳପ୍ରପାତରେ ଦୁଇଭାଇ ବୁଡ଼ି ମୃତ୍ୟୁବରଣ କରିଛନ୍ତି । ମୃତ ଦୁଇଭାଇଙ୍କ ଘର କୋରାପୁଟ ଜିଲ୍ଲାରେ । କୋରାପୁଟରୁ ଗୋଟେ ପରିବାର ଭୋଜି କରିବା ପାଇଁ ଜଳପ୍ରପାତ ପାଖକୁ ଯାଇଥିଲେ । ସମସ୍ତେ ଖୁସିରେ ଫୋଟ ଉଠାଉଥିଲେ । ଏହି ସମୟରେ ଗୋଟେ ବଡ଼ ଅଘଟଣ ଘଟିଯାଇଛି । ଜଳପ୍ରପାତରେ ସେଲ୍‌ଫି ନେଇ ଗାଧୋଇବା ସମୟରେ ଦୁଇଭାଇ ବୁଡି ଯାଇଥିଲେ । ପରିବାର ଲୋକେ ଦୁଇଭାଇଙ୍କୁ ବଞ୍ଚେଇବା ପାଇଁ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ମାଗିଥିଲେ । ସ୍ଥାନୀୟ ଲୋକ ତୁରନ୍ତ ଦୁଇଭାଇଙ୍କୁ ଉଦ୍ଧାର କରି ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଖବର ପାଇ, ପୋଲିସ ପହଞ୍ଚି ମୃତଦେହ ଜବତ କରିଥିଲା । ଏହି ଘଟଣାରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking