22.1 C
Bhubaneswar
Saturday, January 11, 2025
Homeଅପରାଧଏୟାରଫୋର୍ସରେ ଚାକିରି ଦେବା ନାଁରେ ଅଢ଼େଇ ଲକ୍ଷ ଠକେଇ

ଏୟାରଫୋର୍ସରେ ଚାକିରି ଦେବା ନାଁରେ ଅଢ଼େଇ ଲକ୍ଷ ଠକେଇ

ଭୁବନେଶ୍ୱର:  ଏୟାରଫୋର୍ସରେ ଚାକିରି ଦେବା ନାଁରେ ପଞ୍ଜାବର ଜଣେ ଯୁବକଙ୍କଠାରୁ ୨ ଲକ୍ଷ ୫୦ ହଜାର ଟଙ୍କା ଠକି ନେଲା ଜଣେ ଠକ । ଏଭଳି ଘଟଣା ଘଟିଛି ନୂଆପଲ୍ଳୀରେ ଥିବା ଏକ ଓୟୋ ରୁମ୍‌ରେ । ଠକେଇର ଶିକାର ହୋଇଛନ୍ତି ପଞ୍ଜାବର ଦିନେଶ ନାମକ ଜଣେ ଯୁବକ । ଏନେଇ ସେ ନୟାୃପଲ୍ଳୀ ଥାନାରେ ଅଭିଯୋଗ କରିଛନ୍ତିି ।

ଅଭିଯୋଗ ପାଇବା ପରେ ପୁଲିସ ଏକ ମାମଲା ରୁଜୁ ଅପରାଧୀକୁ ଧରିବାକୁ ଜୋରଦାର ଉଦ୍ୟମ ଚଳାଇଛି । ସୂଚନା ଅନୁଯାୟୀ, ନୟାପଲ୍ଳୀରେ ରହୁଥିବା ଦିବ୍ୟରଂଜନ କରଙ୍କ ସହ ପଞ୍ଜାବର ଦିନେଶ ନାମକ ଜଣେ ଯୁବକ ସାକ୍ଷାତ ହୋଇଥିଲେ । ଦିବ୍ୟରଂଜନ କର କହିଥିଲେ ମୁଁ ଏୟାରଫୋର୍ସରେ ଚାକିରି କରିଛି । ତୁମେ ଯଦି ଚାକିରି କରିବ ତା ହେଲେ ତୁମକୁ କିଛି ଟଙ୍କା ଦେବାକୁ ପଡିବ ।

ଚାକିରି ପାଇଁଁ ଦିନେଶ ରାଜି ହୋଇଥିଲେ । ପରେ ଦିନେଶ ଦିବ୍ୟରଂଜନଙ୍କୁ ୨ଲକ୍ଷ ଟଙ୍କା ପରବର୍ତୀ ସମୟରେ ଆଉ ୫୦ ହଜାର ଟଙ୍କା ନୟାପଲ୍ଳୀରେ ଥିବା ଏକ ଓୟୋ ରୁମରେ ଦେଇଥିଲେ ।  ଏହିଭଳି ଅଢ଼େଇ ଲକ୍ଷ ଟଙ୍କା ନେବା ପରେ ଦିବ୍ୟରଂଜନ ଆଉ ଧରାଛୁଆଁ ଦେଇନଥିଲେ ।  ଏନେଇ ଦିନେଶ ବାରମ୍ବାର ଟଙ୍କା ମାଗିବାରୁ ଦିବ୍ୟୃରଂଜନ ତାଙ୍କୁ ଧମକ ଚମକ ଦେଇଥିଲେ ।

ମୁଁ ଟଙ୍କା ଦେବି ନାହିଁ ତୁ ମୋର କରିବୁ କ’ଣ , ବେଶି କହିଲେ ପଞ୍ଜାବ ଯାଇପାରିବୁ ନାହିଁ । ମୁଁ ଚାହିଁଲେ ତୋତେ ଉଡେଇ ଦେବି ବୋଲି ଧମକ ଚମକ ଦେବା ପରେ ଦିନେଶ ମଙ୍ଗଳବାର ଦିନ ନୟାପଲୀ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ଠକେଇ ମାମଲା ରୁଜୁ କରି ଅପରାଧୀକୁ ଧରିବାକୁ ଜୋରଦାର ଉଦ୍ୟମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking