ନୂଆଦିଲ୍ଲୀ: ୨୦୧୪ ପରଠାରୁ ଯୁବକଙ୍କ ଆକାଂକ୍ଷା ପୂରଣ କରିଆସୁଛୁ । ଆମ ପାଇଁ ଦୁଇଟି ଏଆଇ କାର୍ଯ୍ୟ କରୁଛି । ଗୋଟିଏ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ଅନ୍ୟଟି ଆସ୍ପିରେସନାଲ ଇଣ୍ଟିଆ । ଏକବିଂଶ ଶତାବ୍ଦୀରେ ଯୁବକଙ୍କ ଭବିଷ୍ୟତକୁ ନେଇ କାମ କରୁଛୁ । ଆଉ କିଛି ଦଳ ଯୁବକଙ୍କୁ ନିୟମିତ ଧୋକ୍କା ଦେଇ ଆସୁଛନ୍ତି । ଏମାନେ ଆପ୍ଦା ଭାବେ ଅବତୀର୍ଣ୍ଣ ହୋଇଛନ୍ତି । ହରିୟାଣାରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲୁ । ପ୍ରତିଶ୍ରୁତି ରଖିଲୁ, ଲଗାତର ୩ୟ ଥର ସରକାର କଲୁ । ମହାରାଷ୍ଟ୍ରରେ ବି ଐତିହାସିକ ବିଜୟ ହାସଲ କଲୁ ।