29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶଟ୍ୱିଟର ବୋର୍ଡରେ ସାମିଲ ହେଲେ ଟେସଲା ସିଇଓ ଏଲନ୍ ମସ୍କ

ଟ୍ୱିଟର ବୋର୍ଡରେ ସାମିଲ ହେଲେ ଟେସଲା ସିଇଓ ଏଲନ୍ ମସ୍କ

ନୂଆଦିଲ୍ଲୀ: ଗୋଟେ ପରେ ଗୋଟେ ସଫଳତାର ଶିଢ଼ି ଚଢ଼ି ଚାଲିଛନ୍ତି ଟେସଲା ସିଇଓ ଏଲନ୍ ମସ୍କ । ବିଦ୍ୟୁତ୍ ଚାଳିତ ଗାଡ଼ି ତିଆରି କରି ଚର୍ଚ୍ଚାରେ ଥିବା ଏଲନ୍ ମସ୍କ ଏବେ ଟ୍ୱିଟର ବୋର୍ଡରେ ସାମିଲ ହୋଇଛନ୍ତି । ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ଏହି ସୂଚନା ଦେଇଛନ୍ତି । ଏପ୍ରିଲ୍ ୪ରେ ଖବର ମିଳିଥିଲା ଯେ ଏଲନ୍ ମସ୍କ ଟ୍ୱିଟରରେ ୯.୨ ପ୍ରତିଶତ ଅଂଶଧନ କିଣିଛନ୍ତି ଏବଂ କମ୍ପାନିର ବୃହତ୍ତମ ଅଂଶଧନକାରୀ ହୋଇପାରିଛନ୍ତି । ଏହାର ଠିକ୍ ପରେ ସେ ଟ୍ୱିଟର ବୋର୍ଡର ସଦସ୍ୟ ହୋଇଥିବାର ଖବର ମିଳିଛି ।

ସିଇଓ ପରାଗ ଅଗ୍ରୱାଲ ଟୁଇଟ କରି କହିଛନ୍ତି ଯେ, ମୁଁ ଏହି ଖବର ସେୟାର କରି ଉତ୍ସାହିତ ଯେ ଆମେ ଆମ ବୋର୍ଡରେ ଏଲନ୍ ମସ୍କଙ୍କୁ ସାମିଲ କରିଛୁ । ଗତ କିଛି ସପ୍ତାହ ହେଲା ଆମେ ଏଲନଙ୍କ ସହ ଅନେକ ବିଷୟରେ ଆଲୋଚନା କରିଥିଲୁ । ସେ ଟ୍ୱିଟର ବୋର୍ଡକୁ ଆସିଲେ ଆମକୁ ଅନେକ ସାହାଯ୍ୟ ମିଳିପାରିବ ବୋଲି ସ୍ପଷ୍ଟ ହେବା ପରେ ଆମେ ତାଙ୍କୁ ଟ୍ୱିଟର ବୋର୍ଡରେ ସାମିଲ କରିଛୁ ।

ସେ ଜଣେ ଦୃଢ଼ ବିଶ୍ୱାସୀ ଏବଂ ଟ୍ୱିଟର ସେବାର ଜଣେ ବଡ ସମାଲୋଚକ, ଯାହା ଟ୍ୱିଟର ଏବଂ ଏହାର ବୋର୍ଡରୁମକୁ ଆବଶ୍ୟକ ଥିଲା । ଏଲନଙ୍କୁ ସ୍ୱାଗତ । ଏହାପୂର୍ବରୁ ଟ୍ୱିଟରରେ ଏକ ସର୍ଭେ କରିବାକୁ ଯାଇ ଏଲନ୍ ମସ୍କ ବ୍ୟବହାରକାରୀମାନଙ୍କୁ ଏଡିଟିଂର ବିକଳ୍ପ ଚାହୁଁଛନ୍ତି କି ନାହିଁ ବୋଲି ପଚାରିଥିଲେ । ତେବେ ଟ୍ୱିଟରରେ ଏଲନ୍ ମସ୍କର ଅଂଶଧନ କିଣିଥିବା ଖବର ପାଇବା ପରେ ଟ୍ୱିଟରର ଷ୍ଟକରେ ବୃଦ୍ଧି ଘଟିଛି । ଟ୍ୱିଟରର ସେୟାରଗୁଡିକ ୨୭ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking