30.1 C
Bhubaneswar
Sunday, June 8, 2025
Homeଓଡିଶାଅଟୋରୁ ମୃତ ବାରହା ଜବତ ; ଦୁଇ ଗିରଫ

ଅଟୋରୁ ମୃତ ବାରହା ଜବତ ; ଦୁଇ ଗିରଫ

ପାତ୍ରପୁର : ସାମନ୍ତିଆ ପଲ୍ଲୀ ରେଞ୍ଜ ତରଫରୁ ଚଢାଉ କରି ତିନିଟି ମୃତ ବାରହା ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପାତ୍ରପୁର ବ୍ଲକ ମନ୍ଦରଡା ପଞ୍ଚାୟତ ମହଲିମ୍ବ ଗ୍ରାମ ନିକଟରୁ ବାରହା ଶୀକାର କରି ନେଉଥିବା ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ଚଢାଉ କରିଥିଲେ। ଏହି ସମୟରେ ଏକ ଅଟୋ ଯୋଗେ ତିନୋଟି ମୃତ ବାରହାକୁ ପାଲ ଘୋଡାଇ ନେଉଥିବାବେଳେ ସେମାନଙ୍କୁ କାବୁ କରି ଗିରଫ କରିଥିଲେ। ଅଭିଯୁକ୍ତ ବ୍ୟକ୍ତି ମାନେ ସୁମଣ୍ଡି ଗ୍ରାମର ଅଟୋ ଚାଳକ ଗୌର ପ୍ରଧାନ ଏବଂ ମହଲିମ୍ବ ଗ୍ରାମର କୁରେସୁ ଶବର ବୋଲି ଜଣାପଡିଛି।
ପ୍ରାଥମିକ ତଦନ୍ତରୁ ବୋମା ବିଛେଇ ବାରହା ଶୀକାର କରିଥିବା ଜଙ୍ଗଲ ବିଭାଗ ଅନୁମାନ କରିଛି। ତିନୋଟି ମୁଣ୍ଡ ବିହୀନ ବାରହାକୁ ପାଲ ଘୋଡାଇ ଅଟୋ ଯୋଗେ ନେଉଥିବା ରେଂଜେର ମନୋଜ କୁମାର ପାତ୍ର ଖବର ପାଇ ଫରେଷ୍ଟର କେ କବିତା ଗାର୍ଡ ଅମ୍ରିତ ଦାସ ପ୍ରମୁଖ ଚଢାଉ କରିଥିଲେ। ଏହି ସମୟରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଦେଖି ସେହି ଦୁଇ ଜଣ ଖସି ଚାଲି ଯିବାକୁ ଉଦ୍ୟମ କରିଥିଲେ।  ଅଭିଯୁକ୍ତଙ୍କୁ କାବୁ କରି ବନାଞ୍ଚଳ କାର୍ୟ୍ୟାଳୟକୁ ନେଇ ଥିଲେ। ମୃତ ବାରହାକୁ ବ୍ୟବଚ୍ଛେଦ ପରେ ପୋତି ଦିଆଯାଇଛି। ଏହି ଅଂଚଳରେ ସଞ୍ଜ ହେଲେ ବହୁ ମାତ୍ରାରେ ବାରହା ଜଙ୍ଗଲରୁ ଆସିବା ସହିତ ବିଭିନ୍ନ ଗ୍ରାମରେ ଫସଲ ନଷ୍ଟ କରୁଛନ୍ତି। ଗିରଫ ପରେ ବାରହା ବୋଝେଇ କରୁଥିବା ଅଟୋ ଜବତ କରିବା ସହିତ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ତେବେ ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ତାହା ତଦନ୍ତ ପରେ ଜଣ।ପଡିବ ବୋଲି ରେଞ୍ଜର ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking