17.1 C
Bhubaneswar
Tuesday, November 19, 2024
Homeଦେଶ ବିଦେଶକାଶ୍ମୀରକୁ ନେଇ ଚକ୍ରାନ୍ତ କରୁଛି ତୁର୍କୀ, ପାକିସ୍ତାନ ଦେଉଛି ସାଥ

କାଶ୍ମୀରକୁ ନେଇ ଚକ୍ରାନ୍ତ କରୁଛି ତୁର୍କୀ, ପାକିସ୍ତାନ ଦେଉଛି ସାଥ

ଆଙ୍କରା : ପାକିସ୍ତାନର ବନ୍ଧୁ ରାଷ୍ଟ୍ର ତୁର୍କୀ ଏବେ କାଶ୍ମୀରରେ ଆତଙ୍କୀ ହାମଲା କରିବା ପାଇଁ ଚକ୍ରାନ୍ତ ଚଳାଇଛି । ଗ୍ରୀସର ଏକ ମିଡିଆ ଏହା ପ୍ରକାଶ କରିଛି ଯେ, ତୁର୍କୀର ରାଷ୍ଟ୍ରପତି ରେଚପ ତେୟପ ଏଡାଗନ ନିଜ ରାଷ୍ଟ୍ରର ବଳକା ଅଂଶର ଆତଙ୍କୀ ମାନଙ୍କୁ ହିଂସା ପ୍ରଚାର କରିବା ପାଇଁ କାଶ୍ମୀର ପଠାଇବାକୁ ଯୋଜନା କରୁଛି । ସେମାନଙ୍କ ସେନା ପରାମର୍ଶଦାତା ମଧ୍ୟ କାଶ୍ମୀରକୁ ନେଇ ଆମେରିକାରେ ସକ୍ରିୟ ଆତଙ୍କବାଦ ସଂଗଠନ ଠାରୁ ସହଯୋଗ ନେଇଛନ୍ତି ।

ପେଣ୍ଟାପୋଷ୍ଟାଗାମାର ରିପୋର୍ଟ ଅନୁସାରେ ତୁର୍କୀ ନିଜ ରାଷ୍ଟ୍ରର ବଳକା ଅଂଶର ଅତଙ୍କୀ ମାନଙ୍କୁ ହିଂସା ପ୍ରଚାର କରିବା ପାଇଁ କାଶ୍ମୀର ପଠାଇବାକୁ ପ୍ରସ୍ତୁତ କରାଉଛି ।

ତୁର୍କୀ ନିଜକୁ ମଧ୍ୟ-ଏସିଆର ଅଗ୍ରଣୀ ଶକ୍ତି ରୁପେ ପରିଚୟ ସୃଷ୍ଟି କରିବାକୁ ଚାହୁଁଛି । ଏଥିପାଇଁ ସେ ପାକିସ୍ତାନ ସହ ମିଶି କାଶ୍ମୀରରେ ହିଂସା କରିବାକୁ ଚାହୁଁଛି । ପାକିସ୍ତାନର ସମସ୍ତ ଯୋଜନା ଓ ଆତଙ୍କ ହାମଲାକୁ ଭାରତୀୟ ସେନା ଆଜିଯାଏଁ ଉଚିତ ଜବାବ ଦେଇ ଆସିଛି । ସେଥିପାଇଁ ପାକିସ୍ତାନ ଏବେ ତୁର୍କୀ ସହ ମିଶି ନିଜ ଯୋଜନାକୁ ସଫଳ କରିବା ପାଇଁ ଯୋଜନା କରୁଛି ।

ରିପୋର୍ଟ ମୁତାବକ ତୁର୍କୀ ରାଷ୍ଟ୍ରପତି ଏଡାଗନ ମିଶନ କାଶ୍ମୀର ଦାୟିତ୍ୱ ସାଦାକୁ ଦେଇଛନ୍ତି । ସାଦାତର ନେତୃତ୍ୱ ଏଡାଗନଙ୍କ ସେନ୍ୟ ପରାମର୍ଶଦାତା ଅଦନାନ ତନରିବର୍ଦି କରେ । ଯିଏ କଶ୍ମୀରରେ ସୟେଦ ଗୁଲାମ ନବି ଫଇ ନାମକ ଆତଙ୍କୀକୁ ନିଯୁକ୍ତ କରିଛି । ଫଇ ପାକିସ୍ତାନର ଏଜେନ୍ସି ଆଇଏସଆଇର ଟଙ୍କାରେ ଭାରତ ବିରୁଦ୍ଧରେ ଭଡାରେ ସୈନ୍ୟ ମାନଙ୍କୁ ଭର୍ତ୍ତି କରିବା ଦୋଷୀରେ ଆମେରିକାରେ ୨ ବର୍ଷର କାରାଦଣ୍ଡ ଭୋଗି ସାରିଛି ।

କେଏସିର ସଂସ୍ଥାପକ ହେଉଛି ଫଇ
ଫଇ ଆମେରିକାରେ କାଶ୍ମୀରୁ ବିରୁଦ୍ଧରେ ଯୋଜନା କରିବା ପାଇଁ କାଉନସିଲ ଅଫ କାଶ୍ମୀରର ସ୍ଥାପନା କରିଥିଲା ।
ଯାହାର ଅର୍ଥନୈତିକ ସାହାଯ୍ୟ ପାକିସ୍ଥାନର ଏଜେନ୍ସି ଆଇଏସଆଇ କରେ । ଏହି ସଂଗଠନ ଏବେ ତୁର୍କୀରେ ସାଦାତ ଓ ଇସଲାମିକ ଦୁନିଆ ନାମରେ ଏକ ଏନଜିଓ ସହ ମିଶି କାଶ୍ମୀର ବିରୁଦ୍ଧରେ ଆତଙ୍କୀ ଯୋଜନା ବନାଉଛି । ରିପୋର୍ଟ ମୁତାବକ, କାଶ୍ମୀରକୁ ନେଇ ଫଇ ବହୁତ ସକ୍ରିୟ ଅଛି ଓ ସେ ସାଦାତର କାର୍ଯ୍ୟକ୍ରମରେ ଭାଗ ମଧ୍ୟ ନେଉଛି ।

ସାଦାତର କାର୍ଯ୍ୟ-
ସାଦାତ ଏକ ଆତଙ୍କବାଦୀ ମାନଙ୍କ ସମୂହ ଅଟେ । ଯିଏ ତୁର୍କୀ,ସିରିୟା , ଲିବିୟା ସହିତ ଅନ୍ୟ ରାଷ୍ଟ୍ର ମାନଙ୍କରେ ଜିହାଦୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥାଏ । ଏହଥିରେ ତୁର୍କୀର ବହୁ ଅବସର ପ୍ରାପ୍ତ ସେନା ପ୍ରମୁଖ ମଧ୍ୟ ଅଛନ୍ତି । ଏହା ମଧ୍ୟ କୁଯାହାଉଛି ଯେ ସାଦତ ମୁସିଲିମ ଦେଶ ମାନଙ୍କର ମୁସଲମାନ ଯୁବକ ମାନଙ୍କୁ ନେଇ ଏକ ଇସଲାମି ସେନା ଗଠନ କରୁଛି ଓ ନଗାର୍ନୋ-କାରାବାଖ ଯୁଦ୍ଧରେ ମଧ୍ୟ ତୁର୍କୀ ନିଜର ଏହି ବଳକା ସେନାକୁ ପଠାଇ ଅଜରବେଜାନର ସାହାଯ୍ୟ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking