31.1 C
Bhubaneswar
Sunday, June 22, 2025
Homeଦେଶ ବିଦେଶବଢୁଛି ଟ୍ରମ୍ପଙ୍କ ଅଡୁଆ, ଲେଖିକା ଆଣିଲେ ଦୁଷ୍କର୍ମ ଅଭିଯୋଗ

ବଢୁଛି ଟ୍ରମ୍ପଙ୍କ ଅଡୁଆ, ଲେଖିକା ଆଣିଲେ ଦୁଷ୍କର୍ମ ଅଭିଯୋଗ

ୱାଶିଂଟନ: ଦିନକୁ ଦିନ ଅଡୁଆ ସୂତାରେ ଛନ୍ଦି ହେଉଛନ୍ତି ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦିନକୁ ଦିନ ବଢିବାରେ ଲାଗିଛି ଅପରାଧିକ ମାମଲା । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଟ୍ରମ୍ପଙ୍କ ନାଁରେ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ଏବେ ଆଉ ଜଣ ଲେଖିକା ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଆମେରିକା ଅଦାଲତରେ ଜଣେ ଲେଖିକା ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, “ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଛନ୍ତି । ୩୦ ବର୍ଷ ପୂର୍ବ ଟ୍ରମ୍ପ ତାଙ୍କୁ ଦୁଷ୍କର୍ମ କରିଥିଲେ ।

ଲେଖିକା ଜୀନ କୈରୋଲ ମୈନହଟାନର ଫେଡେରାଲ କୋର୍ଟର ଏକ ଖଣ୍ଡପୀଠକୁ କହିଛନ୍ତି, “ଆମେରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ୩୦ ବର୍ଷ ପୂର୍ବେ ଦୁଷ୍କର୍ମ କରିଥିଲେ । ମୁଁ ଯେତେବେଳେ ଏହି ବିଷୟରେ ସର୍ବସାଧାରଣରେ ଲେଖିଥିଲି, ସେତେବେଳେ ସେ ମୋତେ ମିଥ୍ୟାବାଦୀ ବୋଲି କହିଥିଲେ । ଫଳରେ ମୋର ସାମାଜିକ ପ୍ରତିଷ୍ଠାରେ ଆଞ୍ଚ ଆସିଥିଲା । ମୁଁ ମୋର ସାମାଜିକ ପ୍ରତିଷ୍ଠା ଫେରାଇ ଆଣିବା ପାଇଁ ଆଜି କୋର୍ଟ ଆସିଛି ।” ଏଲେ ପତ୍ରିକାର ସ୍ତମ୍ଭକାର ୭୯ ବର୍ଷୀୟା ଜୀନ କୈରୋଲ ଆମେରିକାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏହି ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ଗତକାଲି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ କୈରୋଲଙ୍କ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି । ଅଭିଯୋଗକୁ ଖଣ୍ଡନ କରି ଏହା ଏକ ଘୋଟାଲା ବୋଲି କହିଛନ୍ତି । ସେ କହିଛନ୍ତି, କୈରୋଲ ଜଣେ ପ୍ରତାରକ ମହିଳା । ସେ ମୋ ପରି ନୁହନ୍ତି ।” ନ୍ୟୁୟର୍କର ଆଡଲ୍ଟ ସର୍ଭାଇଭର୍ସ ଆକ୍ଟ ଅନୁଯାୟୀ ମକଦ୍ଦମା ଜାରି ରହିଛି । ଆମେରିକାର ଜିଲ୍ଲା ଜଜ୍ ଲୁଇସ୍ କପ୍ଲାନ୍ ଚେତାବନୀ ଦେଇ କହିଛନ୍ତି, ଟ୍ରମ୍ପ ଏହି ମାମଲାରେ ଏଭଳି ମନ୍ତବ୍ୟ ଦେଲେ ତାଙ୍କ ପାଇଁ ଆହୁରି ସମସ୍ୟା ବଢି ଯାଇପାରେ । ଜୀନ୍ ତାଙ୍କ ସାକ୍ଷ୍ୟରେ କହିଛନ୍ତି, ବହୁ ବର୍ଷ ପୂର୍ବେ ମୋର ଟ୍ରମ୍ପଙ୍କ ସହ ସାକ୍ଷାତ ହୋଇଥିଲା । ଟ୍ରମ୍ପ ମୋ ପାଇଁ ବହୁତ ଆକର୍ଷକ ମନେ ହେଉଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking