28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶବଢିଲା ଟ୍ରମ୍ପଙ୍କ ଅଡୁଆ, ଚାଲିବ ଅପରାଧିକ ମାମଲା

ବଢିଲା ଟ୍ରମ୍ପଙ୍କ ଅଡୁଆ, ଚାଲିବ ଅପରାଧିକ ମାମଲା

ୱାଶିଂଟନ: ଅଡୁଆ ସୂତାରେ ଛନ୍ଦି ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ମାମଲାରେ ଟ୍ରମ୍ପଙ୍କ ନାଁରେ ଅପରାଧିକ ମାମଲା ଚାଲିପାରେ ମକଦ୍ଦମା । ଏନେଇ ନ୍ୟୁୟର୍କର ଗ୍ରାଣ୍ଡ ଜୁରୀ ନିଷ୍ପତ୍ତି ନେଇଛନ୍ତି । ଆତ୍ମସମର୍ପଣ କରିପାରନ୍ତି ଟ୍ରମ୍ପ । ଯଦି ଆତ୍ମସମର୍ପଣ କରିବେ ନାହିଁ ତାହେଲେ ଗିରଫ ହୋଇପାରନ୍ତି । ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲଙ୍କ ସହ ଟ୍ରମ୍ପଙ୍କର ସମ୍ପର୍କ ରହିଥିଲା । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । ଏହି ଘଟଣାକୁ ନେଇ ଷ୍ଟର୍ମି ଅଭିଯୋଗ କରିଥିଲେ । ତେବେ ଗତକାଲି (ମାର୍ଚ୍ଚ ୩୦ ତାରିଖରେ) ନ୍ୟୁୟର୍କର ଗ୍ରାଣ୍ଡ ଜୁରୀ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ଏଠି କହିରଖୁଛୁ ଯେ, ଯଦି ଏହି ମାମଲାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଗିରଫ କରାଯାଏ, ତେବେ ଆମେରିକାର ରାଷ୍ଟ୍ରପତି ଗିରଫ ତାଲିକାରେ ଏହା ପ୍ରଥମ ଘଟଣା ହେବ । ଅପରାଧିକ ମାମଲାରେ ଅଭିଯୁକ୍ତ ହେବା ଏହା ପ୍ରଥମ ଘଟଣା ହୋଇପାରେ । ତେବେ ଏହା ଟ୍ରମ୍ପଙ୍କ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି । ଟ୍ରମ୍ପ ଷ୍ଟର୍ମି ଡାନିଏଲଙ୍କୁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗ ହୋଇଥିଲା । ତେବେ ଏହି ଘଟଣାରେ ଟ୍ରମ୍ପଙ୍କୁ ଦୋଷୀ ଭାବେ ବିବେଚନା କରାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅଭିଯୋଗକୁ ସାର୍ବଜନୀନ କରାଯାଇନାହିଁ । ଗ୍ରାଣ୍ଡ ଜୁରୀର ତଦନ୍ତରୁ ଜଣାପଡିଛି ଯେ, ୨୦୧୬ ମସିହାରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ ଷ୍ଟ୍ରମଙ୍କ ବିରୋଧରେ ଗଣମାଧ୍ୟମ ଆଗରେ ଅଭିଯୋଗ କରିଥିଲେ । ୨୦୦୬ ମସିହାରେ ତାଙ୍କର ଟ୍ରମ୍ପଙ୍କ ସହ ସମ୍ବନ୍ଧ ରହିଥିଲା କିନ୍ତୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ସେ ମୋର ମୁହଁ ବନ୍ଦ କରିବା ପାଇଁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିଲେ ବୋଲି ଅଭିଯୋଗ କରି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking