32.1 C
Bhubaneswar
Thursday, March 28, 2024
Homeଓଡିଶାଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଓଡ଼ିଆ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

ଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଓଡ଼ିଆ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି -ଧର୍ମେନ୍ଦ୍ର ପ୍ରଧାନ

• ଓଡ଼ିଶାରେ ଅପରାଧିକ ପ୍ରବଣତା ବଢୁଥିବା ବେଳେ ରାଜ୍ୟ ସରକାର ସତକୁ ସାମ୍ନା କରୁନାହାନ୍ତି

• ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କ ଠାରୁ ନାବାଳକ ସମର୍ଥଙ୍କ ହତ୍ୟା ହେଉଥିବା ବେଳେ ପ୍ରଶ୍ନ ପଚାରିଲେ ଓଡ଼ିଶାକୁ ଅପମାନ କରିବା କଥା କୁହାଯାଉଛି
• ଦୀର୍ଘ ୨୩ ବର୍ଷ ଶାସନରେ ଶାସକ ଦଳର ଅଧିକରୁ ଅଧିକ ନେତାମାନେ ଅପରାଧିକ ମାମଲାରେ ସମ୍ପୃକ୍ତ
• ଶାସନ କରୁଥିବା ଲୋକମାନେ ଇଷ୍ଟ ଇଣ୍ଡିଆ ଭଳି କଥା କହୁଛନ୍ତି
• ସିସୋର ଚିଟଫଣ୍ଡରେ ଅଭିଯୁକ୍ତ ଉତ୍ତରପ୍ରଦେଶ ସହ ତୁଳନା କରିବା ଦୁର୍ଭାଗ୍ୟଜନକ

ଭୁବନେଶ୍ୱର,  – ରାଜ୍ୟ ସରକାର ଓ ଶାସକ ଦଳର ନେତାଙ୍କୁ ଓଡ଼ିଶାର ଅପରାଧ ଓ ଅନ୍ୟାନ୍ୟ ସମସ୍ୟା ନେଇ ଆମ ଦଳ ପକ୍ଷରୁ ପ୍ରଶ୍ନ ପଚାରିଲେ ରାଜନୀତି କରାଯାଉଥିବା ଉତ୍ତର ଆସୁଛି । ଗଣତନ୍ତ୍ରରେ ପ୍ରଶ୍ନ କରିବା ପାଇଁ ଓଡ଼ିଆ ଲୋକମାନେ ଆମକୁ ଦାୟିତ୍ୱ ଦେଇଛନ୍ତି ଏବଂ ଏହାକୁ ଆମେ ଜାରି ରଖିବୁ ବୋଲି ଶୁକ୍ରବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ଅପରାଧିକ ପ୍ରବଣତା ବଢିଥିବା ବେଳେ ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସତ ଶୁଣିବାକୁ ସାହସ ନାହିଁ । ରାଜନୀତି କରିବା କଥା କହୁଛନ୍ତି । ଶାସନ କରୁଥିବା ଲୋକମାନେ ଇଷ୍ଟ ଇଣ୍ଡିଆ ଭଳି କଥା କହୁଛନ୍ତି । ଓଡ଼ିଶାର ସରକାରଙ୍କ ଶାସନର ଚାବି ଅସମାମ୍ବିଧାନିକ ଲୋକଙ୍କ ପାଖରେ ଅଛି । ଝାରସୁଗୁଡାରେ ମନ୍ତ୍ରୀ ନବ ଦାସଙ୍କ ଠାରୁ ନାବାଳକ ସମର୍ଥଙ୍କ ହତ୍ୟା ହେଉଥିବା ବେଳେ ପ୍ରଶ୍ନ ପଚାରିଲେ ଓଡ଼ିଶାକୁ ଅପମାନ କରିବା କଥା କୁହାଯାଉଛି ।

ଆଠଗଡରେ କର୍ପୋରେଟିଭ୍ ବ୍ୟାଙ୍କ୍ ନାଁରେ ଗରିବର ଲୋକଙ୍କୁ ଗୋଟିଏ ପରିବାର ହରିଲୁଟ କଲେ । ଅପରପକ୍ଷରେ ଦୀର୍ଘ ୨୩ ବର୍ଷର ଶାସନରେ ଶାସକ ଦଳର ଅଧିକରୁ ଅଧିକ ନେତାମାନେ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି । ସିସୋର ଚିଟଫଣ୍ଡରେ ଅଭିଯୁକ୍ତ ଉତ୍ତରପ୍ରଦେଶ ସହ ତୁଳନା କରିବା ଦୁର୍ଭାଗ୍ୟଜନକ । ଅପରାଧୀଙ୍କୁ ଦମନ କରି ଯୋଗୀ ଆଦିତ୍ୟନାଥ ପୁଣି ସରକାରକୁ ଫେରିଛନ୍ତି । ସାହସ ଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି କରିକି ଦେଖାନ୍ତୁ । ରାଜ୍ୟରେ ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥାର ଅବସ୍ଥା କଣ ? ମାତ୍ର ପ୍ରଶ୍ନ ପଚାରିଲେ ରାଜନୀତି କହିବା ଯୁକ୍ତିଯୁକ୍ତ କି ?

ଶ୍ରୀ ପ୍ରଧାନ ମିଶ୍ରଣ ପର୍ବରେ ଆଠଗଡ଼ ନିର୍ବାଚନ ମଣ୍ଡଳୀର ଅଭୟ ବାରିକ ଓ ଅନେକ ସମର୍ଥକଙ୍କୁ ଦଳରେ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ । ସମସ୍ତଙ୍କ ଯୋଗଦାନ ଆମ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ କରିବ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା ପାଇଁ ଆମେ କାର୍ଯ୍ୟକର୍ତ୍ତାମାନେ ପରିଶ୍ରମ କରିବା ଏବଂ ତାଙ୍କର ବିକାଶର ନାରା ଓ କଲ୍ୟାଣକାରୀ ଯୋଜନାକୁ ଗାଁ ଗାଁରେ ପହଞ୍ଚାଇବା ବୋଲି ସେ ପରାମର୍ଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking