25.1 C
Bhubaneswar
Saturday, February 22, 2025
Homeଦେଶ ବିଦେଶପାକିସ୍ତାନକୁ ଟ୍ରମ୍ପ୍‌ଙ୍କ ବଡ଼ ଝଟ୍‌କା

ପାକିସ୍ତାନକୁ ଟ୍ରମ୍ପ୍‌ଙ୍କ ବଡ଼ ଝଟ୍‌କା

ୱାଶିଂଟନ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକ୍‌ଜିକ୍ୟୁଟିଭ୍ ଆଦେଶ ପରେ ପାକିସ୍ତାନକୁ ଦିଆଯାଉଥିବା ସହାୟତା ଉପରେ ରୋକ୍ ଲଗାଇ ଦେଇଛି ଆମେରିକା । ଅସ୍ଥାୟୀ ଭାବେ ଏହି ରୋକ୍ ଲାଗିଛି । ପାକ୍‌କୁ ମିଳୁଥିବା ସହାୟତାକୁ ପୁନଃ ମୂଲ୍ୟାୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କ ଏହି ନିଷ୍ପତ୍ତି ଯୋଗୁ ପାକିସ୍ତାନରେ ୟୁଏସ୍ ଏଜେନ୍ସି ଫର୍ ଇଣ୍ଟରନ୍ୟାସନାଲ ଡେଭଲପ୍‌ମେଣ୍ଟ (ୟୁଏସ୍‌ଏଆଇଡି)ର ଅନେକ ଜରୁରି ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ରୋକାଯାଇଛି । ଏହାଦ୍ୱାରା ପାକିସ୍ତାନରେ ଶକ୍ତି କ୍ଷେତ୍ର ସହ ଜଡ଼ିତ ୫ଟି ଯୋଜନା ଠପ୍ ହୋଇପଡ଼ିଛି ।

ଏହାବ୍ୟତୀତ ସ୍ୱାସ୍ଥ୍ୟ, କୃଷି, ଖାଦ୍ୟ ସୁରକ୍ଷା, ବନ୍ୟା, ଜଳବାୟୁ ଓ ଶିକ୍ଷା ସହ ଜଡ଼ିତ ଅନେକ ପ୍ରକଳ୍ପ ବି ପ୍ରଭାବିତ ହୋଇଛି । ଏଗୁଡ଼ିକ ମଧ୍ୟରୁ କିଛି ପ୍ରକଳ୍ପ ସବୁଦିନ ପାଇଁ ବନ୍ଦ ହୋଇଯିବା ନେଇ ଆଶଙ୍କା ଦେଖାଦେଇଛି। ଏହା ପୂର୍ବରୁ ଟ୍ରମ୍ପ୍ ପ୍ରଶାସନ ଶୁକ୍ରବାର ଇସ୍ରାଏଲ, ଇଜିପ୍ଟ ଓ ଖାଦ୍ୟ କାର୍ଯ୍ୟକ୍ରମକୁ ଛାଡ଼ି ବାକି ଅନ୍ୟ ସମସ୍ତ ବିଦେଶୀ ସହାୟତା ଉପରେ ରୋକ୍ ଲଗାଇଥିଲେ। ଏମିତି କି ଗରିବ ଦେଶଗୁଡ଼ିକୁ ମିଳୁଥିବା ସ୍ୱାସ୍ଥ୍ୟ ସହାୟତାକୁ ବି ବନ୍ଦ କରାଯାଇଥିବା ଆମେରିକାର ବିଦେଶ ମନ୍ତ୍ରଣାଳୟ କହିଥିଲା । ଅନ୍ୟପକ୍ଷରେ ଗାଜା ପାଇଁ ଆମେରିକାର ପୂର୍ବତନ ବାଇଡେନ୍ ପ୍ରଶାସନ ୫୦ ନିୟୁତ ଡଲାର (୪୩୨ କୋଟି ଟଙ୍କା)ର ଏକ ପାଣ୍ଠିକୁ ମଞ୍ଜୁରି ଦେଇଥିଲା । ଟ୍ରମ୍ପ୍ ପ୍ରଶାସନ ଏହା ଉପରେ ରୋକ୍ ଲଗାଇ ଦେଇଛନ୍ତି । ମାଗଣାରେ କଣ୍ଡୋମ ବିତରଣ ଲାଗି ଏହି ପାଣ୍ଠିକୁ ମଞ୍ଜୁରି ମିଳିଥିଲା ବୋଲି ହ୍ୱାଇଟ୍‌ହାଉସ୍ ଅଭିଯୋଗ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking