28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶନିର୍ବାଚନ ପୂର୍ବରୁ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ

ନିର୍ବାଚନ ପୂର୍ବରୁ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ

ୱାସିଂଟନ: ଆମେରିକା ଇତିହାସରେ ପ୍ରଥମ । ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହସ ମନି ଟ୍ରାଏଲ ସହ ଜଡିତ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ । ଚଳିତ ବର୍ଷ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ଟ୍ରମ୍ପଙ୍କୁ ଝଟକା ଲାଗିଛି । ଗୁରୁବାର ଦିନ ନ୍ୟୁୟର୍କର ଏକ ୧୨ ଜଣିଆ ଖଣ୍ଡପୀଠ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋର୍ଟରେ ୯ ଘଣ୍ଟା ଧରି ଆଲୋଚନା ପରେ ଏହି ରାୟ ଆସିଥିଲା । ଏହି ମାମଲା ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିୟଲଙ୍କ ସହ ଜଡ଼ିତ । ୨୦୧୬ ନିର୍ବାଚନ ପୂର୍ବରୁ ଟ୍ରମ୍ପ ତାଙ୍କୁ ଲାଞ୍ଚ ଦେଇ ମୁହଁ ବନ୍ଦ ରଖିବା ପାଇଁ କହିଥିଲେ । କୋର୍ଟ ପରିସରରୁ ବାହାରି ଟ୍ରମ୍ପ ଗଣମାଧ୍ୟମକୁ ରାଗରେ ତମତମ ହୋଇ କହିଛନ୍ତି, ମୋ ବିରୋଧରେ ଆସିଥିବା ରାୟ ଅପମାନଜନକ ।

ଏହା କଠୋର ଓ ଲଜ୍ଜାଜନକ ପରୀକ୍ଷା । ପ୍ରକୃତ ରାୟ ନଭେମ୍ବର ୨ ରେ ହେବ । କ’ଣ ହେଲା ସେମାନେ ଜାଣନ୍ତି ଏବଂ ଏଠାରେ କ’ଣ ଘଟିଛି ତାହା ସମସ୍ତେ ଜାଣନ୍ତି । ଆସନ୍ତା ଜୁଲାଇ ୧୧ ତାରିଖରେ ଟ୍ରମ୍ପଙ୍କୁ କେଉଁ ପ୍ରକାର ଦଣ୍ଡ ଦିଆଯିବ ତାହାର ଶୁଣାଣି ହେବ । ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ଥିବା ଟ୍ରମ୍ପ ହସମନି ମାମଲାରେ ଦୋଷି ସାବ୍ୟସ୍ତ ହେବା ତାଙ୍କୁ ଅସୁବିଧାରେ ପକାଇ ପାରେ । ସେ ଚଳିତ ବର୍ଷ ନିର୍ବାଚନ ଲଢିବେ ନା ନାହିଁ ତାହା ବର୍ତ୍ତମାନ ଅନିଶ୍ଚିତତା ଘେରରେ । ଟ୍ରମ୍ପଙ୍କ ପାଇଁ ଏହା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା ।

ଏଥି ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ମଧ୍ୟ ହୋଇପାରେ । ଏହି ନିଷ୍ପତ୍ତି ବିରୋଧରେ ଟ୍ରମ୍ପ ଆବେଦନ କରିପାରନ୍ତି ବୋଲି ଆଶା କରାଯାଉଛି । କୋର୍ଟରେ ଶୁଣାଣି ସମୟରେ ଟ୍ରମ୍ପ କହିଥିଲେ, ସେ କୌଣସି ପ୍ରକାର ଭୁଲ କରିନାହାନ୍ତି, ଏହି ମାମଲା କେବେ ହେଲେ ଅଣାଯିବା ଉଚିତ ନୁହେଁ । କୋର୍ଟ ପରିସରରେ ସେ ବିଚାର ବିରୋଧରେ ସ୍ୱର ଉଠାଇଥିଲେ । ଏହି ସମୟରେ ତାଙ୍କ ସହ ହାଇ-ପ୍ରୋଫାଇଲ୍ ରିପବ୍ଲିକାନ୍ ସହଯୋଗୀଙ୍କ ପରେଡ ମଧ୍ୟ ସାମିଲ ଥିଲା । ହାଉସ ସ୍ପିକର ମାଇକ ଜନସନ ମେରିକାର ଇତିହାସରେ ଏହା ଏକ ଲଜ୍ଜାଜନକ ଦିନ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking