ନୂଆଦିଲ୍ଲୀ :ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ଶୁଳ୍କ ଆଲୋଚନାକୁ ନେଇ ବଡ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ତାଙ୍କୁ ବୁଦ୍ଧିମାନ ରାଜନେତା ଓ ବିଶ୍ବସ୍ତ ବନ୍ଧୁ ବୋଲି କହିଛନ୍ତି । ନ୍ୟୁଜର୍ସି ପାଇଁ ଆମେରିକୀୟ ଆଟର୍ଣ୍ଣି ଏଲିନା ହବ୍ବାଙ୍କ ଉଦଘାଟନୀ ସମାରୋହରେ ସାମ୍ବାଦିକ ସମ୍ମିଳନୀରେ ଏକ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ଟ୍ରମ୍ପ କହିଥିଲେ,ଆମେରିକା ଏବଂ ଭାରତ ମଧ୍ୟରେ ବହୁତ ଭଲ ସମନ୍ୱୟ ରହିବ । ଏବଂ ମୋଦୀ ଭାରତର ମହାନ ପ୍ରଧାନମନ୍ତ୍ରୀ । ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଆଲୋଚନା କରିବାକୁ ଯୋଜନା କରିଥିଲେ । ଯାହା ଦୁଇ ଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବ । ଆମେରିକୀୟ କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ଏପ୍ରିଲ ୨ରୁ ପାରସ୍ପରିକ ଟିକସ ଲାଗୁ ହେବ ।