26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶଯୌନ ଶୋଷଣ ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ଗଣିବେ ଏତିକି ଟଙ୍କା

ଯୌନ ଶୋଷଣ ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ, ଗଣିବେ ଏତିକି ଟଙ୍କା

ୱାଶିଂଟନ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ବଡ ଝଟକା । ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଟ୍ରମ୍ପ । ଆମେରିକା ନ୍ୟୁୟର୍କର ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଯୌନ ନିର୍ଯାତନା ଏବଂ ମାନହାନି ମାମଲାରେ ତାଙ୍କୁ ୫ ମିଲିୟନ ଡଲାର ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୋର୍ଟ ରାୟ ଶୁଣାଇ କହିଛନ୍ତି, “୯୦ ଦଶକର ଜଣେ ଜଣାଶୁଣା ଲେଖିକା ଇ. ଜୀନ କୈରୋଲଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତାଙ୍କୁ ଅନେକ ଥର ମିଥ୍ୟାବାଦୀ ଦର୍ଶାଇ ଅସମ୍ମାନ କରିବା ପାଇଁ ଚେଷ୍ଟା କରିଛନ୍ତି । ଏହି ମାମଲାରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କୁ ୫୦ ଲକ୍ଷ ଡଲାର କ୍ଷତିପୂରଣ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଏହି ମାମଲା କ୍ରିମିନାଲ କୋର୍ଟ ବଦଳରେ ସିଭିଲ କୋର୍ଟରେ ଦାୟର ହୋଇଥିଲା । ତେବେ କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ଟ୍ରମ୍ପଙ୍କୁ ଅପମାନ ଏବଂ ବଦନାମ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି । କୈରାଲଙ୍କ ଏହି ମାମଲା ଉପରେ ଏପ୍ରିଲ ୨୫ ତାରିଖରୁ ଶୁଣାଣି ଆରମ୍ଭ ହୋଇଥିଲା । ଗଠିତ ହୋଇଥିବା ୯ଜଣିଆ ଖଣ୍ଡପୀଠ ଟ୍ରମ୍ପଙ୍କୁ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking