27.1 C
Bhubaneswar
Sunday, April 27, 2025
Homeଦେଶ ବିଦେଶସତରେ ପ୍ରେମ ଅନ୍ଧ ! ପାକିସ୍ତାନୀ ଯୁବତୀକୁ ଅନଲାଇନରେ ବିବାହ କଲେ ରାଜସ୍ଥାନ ଯୁବକ

ସତରେ ପ୍ରେମ ଅନ୍ଧ ! ପାକିସ୍ତାନୀ ଯୁବତୀକୁ ଅନଲାଇନରେ ବିବାହ କଲେ ରାଜସ୍ଥାନ ଯୁବକ

ନେପାଳ: ନେପାଳ ରାସ୍ତା ଦେଇ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଓ ପ୍ରେମିକ ପାଇଁ ଭାରତରୁ ସୁଦୂର ପାକିସ୍ଥାନକୁ ଯାଇଥିବା ଅଞ୍ଜୁଙ୍କ ପ୍ରେମ କାହାଣୀକୁ  ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ଆଉ ଗୋଟେ ମାମଲା ସାମ୍ନାକୁ ଆସିଛି । କିନ୍ତୁ ଏହି କାହାଣୀ ସାମାନ୍ୟ ଭିନ୍ନ ଅଟେ ।

ଏଥିର କିନ୍ତୁ ପ୍ରେମ ସୀମା ପାର କରିନାହିଁ ବରଂ ଅନଲାଇନ ବିବାହରେ ଶେଷ ହୋଇଛି । କରାଚି ବାସିନ୍ଦା ଅମିନା ଯୋଧପୁରର ବାସିନ୍ଦା ତଥା ପ୍ରେମିକା ଅରବାଜଙ୍କୁ ଅନଲାଇନ ବିବାହ କରିଛନ୍ତି ଏହି ଘଟଣାଟି ରାଜସ୍ଥାନରୁ ସାମ୍ନାକୁ ଆସିଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଅମିନାଙ୍କୁ ଭାରତ ଆସିବା ପାଇଁ ଭିସା ମିଳିନଥିଲା ଫଳରେ ଦୁହେଁ ଅନଲାଇନ ବିବାହ କରିବା ନେଇ ସ୍ଥିର କରିଥିଲେ।

ରିପୋର୍ଟ ଅନୁଯାୟୀ, ଯୋଧପୁରରେ  ରହୁଥିବା ଅରବାଜଙ୍କ ପରିବାର ପାକିସ୍ତାନୀ ଝିଅ ଅମିନାଙ୍କ  ପରିବାର ପରସ୍ପର ସହ ଜଡିତ। ପୂର୍ବରୁ ତାଙ୍କ ପରିବାରର ଜଣେ ସଦସ୍ୟଙ୍କ ବିବାହ ପଡୋଶୀ ଦେଶର ଝିଅଙ୍କ ସହ ହୋଇସାରିଛି । ଅରବାଜଙ୍କ ପିତା ମହମ୍ମଦ ଅଫଜାଲ କହିଛନ୍ତି ଯେ, ମୋର ଜଣେ ନାତି ଜଣେ ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଅଟନ୍ତି, ଯିଏ ପୂର୍ବରୁ ପାକିସ୍ତାନର ଜଣେ ଝିଅକୁ ବିବାହ କରିଛନ୍ତି। ଦୁହିଁଙ୍କୁ ଖୁସି ଦେଖି ଅମିନାଙ୍କ ପରିବାର ଲୋକେ ଅରବାଜଙ୍କ ସହ ଅମିନାଙ୍କ ବିବାହ ନେଇ ପ୍ରସ୍ତାବ ଦେଇଥିଲେ, ଯାହାକୁ ଆମେ ଗ୍ରହଣ କରିଥିଲୁ।

ଖବର ଅନୁଯାୟୀ, ପରିବାର ଲୋକଙ୍କ ସହିତ ଅରବାଜ ବିବାହ ଲାଗି ଯୋଧପୁରର ବାଲ ସମାଜ ଭବନରେ ପହଞ୍ଚିଥିଲେ । ସେଠାରେ ଅମିନାଙ୍କ ସହ ଭୁର୍ଚୁଆଲ ବିବାହ  ହୋଇଥିଲେ। ଏନେଇ ଅରବାଜ କହିଛନ୍ତି ଯେ, ବିବାହ ପରେ ଅମିନା ଭିସା ପାଇଁ ଆବେଦନ କରିବେ। ମୁଁ ବିବାହ କରିବା ଲାଗି ପାକିସ୍ତାନ ଯାଇନଥିଲି, କାରଣ ସେଠାରେ ଏହା ସ୍ୱୀକୃତିପ୍ରାପ୍ତ ନୁହେଁ  । ପୁଣି ଭାରତରେ ପହଞ୍ଚିବା ପରେ ଆମକୁ ଆମକୁ ଆଉ ଥରେ ବିବାହ କରିବାକୁ ପଡ଼ିଥାଆନ୍ତା । ସେ ଆଉ ମଧ୍ଯ କହିଥିଲେ ଯେ, ପାକିସ୍ତାନୀ ଝିଅଙ୍କୁ ବିବାହ ପାଇଁ ଭାରତୀୟ ଭିସା ପାଆନ୍ତି ନାହିଁ। ତେଣୁ, ଆମେ ଅନଲାଇନରେ ବିବାହ କରିବା ପରେ ମୌଲବିଙ୍କଠାରୁ ଏକ ପ୍ରମାଣପତ୍ର ପାଇଛୁ ଯାହା ଆଇନଗତ ଅଟେ  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking