ନେଲୋର: ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲା ମୁସୁନୁରୁ ଟୋଲ ପ୍ଲାଜା ନିକଟରେ ଶନିବାର ଅପରାହ୍ନରେ ସିରିଜ୍ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ମୋଟ୍ ୭ଜଣଙ୍କ ମୃତ୍ୟୁ ହୋଇଥିବା ଏବଂ ୨୦ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୁଲିସ୍ ସୂଚନାନୁସାରେ ୨ଟି ବଳଦଙ୍କୁ ନେଇ ଏକ ଟ୍ରକ ଶ୍ରୀକଳହସ୍ତୀ ଯାଉଥିବା ବେଳେ ମୁସୁନୁରୁ ଟୋଲ ପ୍ଲାଜା ନିକଟରେ ଭାରସାମ୍ୟ ହରାଇ ଏକ ଲୁହା ବୋଝେଇ ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଲୁହା ବୋଝେଇ ଟ୍ରକ୍ ଡ୍ରାଇଭର ଭାରସାମ୍ୟ ହରାଇ ସାମ୍ନାପଟୁ ଆସୁଥିବା ଏକ ବସ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ଜଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ପୁଲିସ୍ ଏଠାରେ ପହଞ୍ôଚ ଆହତଙ୍କୁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲା । ମୃତକଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି ।