27.1 C
Bhubaneswar
Tuesday, May 14, 2024
Homeଓଡିଶାଟ୍ରକ ଧକ୍କାରେ ୨ବାଇକ ଅରୋହୀ ମୃତ

ଟ୍ରକ ଧକ୍କାରେ ୨ବାଇକ ଅରୋହୀ ମୃତ

କୋରାପୁଟ: ପାଡ଼ୁଆ ଥାନା ଅଧିନସ୍ଥ ପାଡ଼ୁଆ ଗ୍ରାମପଞ୍ଚାୟତ କାର‌୍ୟ୍ୟଳୟ ପାର୍ଶ୍ଵଦେଇ ଯାଇଥିବା ଜୟପୁର ବିଶାଖାପାଟଣାମ ରାସ୍ତାରେ ନୂତନ ରେଳ ଲାଇନ ପାଇଁ ସିଲପର ବୋଝେଇ ଟ୍ରକ ଓ ବାଇକକୁ ଧକ୍କା ଦେବାରୁ ବାଇକ ରେ ବସିଥିବା ଦୁଇ ଜଣ ଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦୁଇ ଜଣ ପାଡ଼ୁଆ ଗ୍ରାମପଞ୍ଚାୟତ ର ପୂଜାରିପୁଟ ଗ୍ରାମର ଯୋଗେଶ ଖିଲ(୩୮) ଜୟକିରସାନୀ(୩୦) ବୋଲି ଜଣାପଡ଼ିଛି। ଦୁର୍ଘଟଣା କୁ ନେଇ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ରୋକ କରିଥିଲେ। ଖବର ରୁ ଜଣାପଡ଼ିଛି ଯୋଗେଶ ଓ ଜୟ ପୂର୍ବାହ୍ନ ୧୧ଟାରେ ଏକ ବାଇକରେ ପୂଜାରିପୁଟ ଠାରୁ ପାଡ଼ୁଆ ଅଭିମୁଖେ ଯାଉଥିବା ବେଳେ ରେଳବାଇ ସିଲପର ବୋଝେଇ ଟ୍ରକ ଦ୍ରୁତ ଗତିରେ ପଛରୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ଜଗେଶ ମୃତ୍ୟୁ ବରଣ କରିଥିଲେ। ଓ ଗ୍ରାମବାସୀ ଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେଭର୍ତ୍ତି କରିଥିଲେ ।ଡାକ୍ତର ଦେଖି ଜୟ ଙ୍କୁ ମୃତ ଘୋଷଣା କରିଥିଲେ। ଏହି ଦୁର୍ଘଟଣା କୁ କେନ୍ଦ୍ର କରି ପାଡ଼ୁଆଅଞ୍ଚଳରେ ଉତେଜନା ଦେଖଦେଇଥିଲା।ମୃତକ ଙ୍କ ପରିବାର ଓ ସମ୍ପର୍କୀୟ ଲୋକେ କ୍ଷତି ପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ।ଖବର ପାଇ ନନ୍ଦପୁରଏସ୍ଡିପିଓ ଓ ପାଡ଼ୁଆଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲା ରେଡ୍କ୍ରସ ରୁ ମୃତକ ପରିବାରକୁ ୧୦୦୦ଲେଖଏ ସହାୟତା ଦେବାରୁ ଲୋକେ ରାସ୍ତା ଅବରୋଧ ରୁ ଓହରି ଯାଇଥିଲେ।ଏନେଇ ପାଡ଼ୁଆଥାନା ୩୭/୨୨ଏକ ମାମଲା ରୁଜ୍ଜୁକରି ଘଟଣା ତଦନ୍ତ ଚାଲୁରହିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking