ଅଗରତାଲା : ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଏ ସଂପର୍କରେ ସୂଚନା ଦେଇଛନ୍ତି ।ସେଥିରେ ଲେଖିଛନ୍ତି, ମୋ’ର କୋଭିଡ୍-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି । ଅବଶ୍ୟ ମୋ’ ନିକଟରେ କରୋନାର କୌଣସି ଲକ୍ଷଣ ନାହିଁ । ମୁଁ ଏବେ ସଂପୂର୍ଣ୍ଣ ଫିଟ୍ ଅଛି । ଏପରିସ୍ଥଳେ ମୋ’ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଜରୁରି ସାବଧାନତା ଅବଲମ୍ବନ କରିବାକୁ ନିବେଦନ କରୁଛି । ସୂଚନାଥାଉକି, ତ୍ରିପୁରାରେ ଜୁଲାଇର ପ୍ରଥମ ସପ୍ତାହରୁ କୋଭିଡ୍-୧୯ ମାମଲା ବୃଦ୍ଧି ପାଇଛି ।