28.1 C
Bhubaneswar
Thursday, July 4, 2024
Home1) ତ୍ରିପୁରା ବିଧାନସଭାତ୍ରିପୁରା ବିଧାନସଭା ନିର୍ବାଚନ: ବିଜେପିର ୪୮ ଜଣିଆ ପ୍ରାର୍ଥୀ ତାଲିକା, ୬ ବିଧାୟକ ବାଦ୍‌; ପ୍ରଥମ...

ତ୍ରିପୁରା ବିଧାନସଭା ନିର୍ବାଚନ: ବିଜେପିର ୪୮ ଜଣିଆ ପ୍ରାର୍ଥୀ ତାଲିକା, ୬ ବିଧାୟକ ବାଦ୍‌; ପ୍ରଥମ ଥର ପାଇଁ ୧୧ ମହିଳା ସାମିଲ

ଅଗରତାଲା : ଫେବୃଆରୀ ୨୭ରେ ହେବାକୁ ଥିବା ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ବିଜେପି ଶନିବାର ୪୮ ଜଣିଆ ପ୍ରଥମ ପାର୍ଥୀ ତାଲିକା ଘୋଷଣା କରିଛି । ବାକି ୧୨ଟି ଆସନ ପାଇଁ ପରେ ପ୍ରାର୍ଥୀ ଘୋଷଣା କରିବ । ପାର୍ଟି ପ୍ରଥମ ତାଲିକାରେ ବର୍ତ୍ତମାନର ୬ ଜଣ ବିଧାୟକ ବାଦ୍ ଦେଇଥିବା ବେଳେ ପ୍ରଥମ ଥର ପାଇଁ ୧୧ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ।

ସେହିପରି ୨୧ ଆସନରେ ନୂଆ ପ୍ରାର୍ଥୀ ଦେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ପ୍ରାର୍ଥୀ କରିନଥିବା ବେଳେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଜ୍ୟ ମନ୍ତ୍ରୀ ପ୍ରତିମା ଭୌମିକଙ୍କ ପାର୍ଟି ଧନପତ ଆସନରୁ ପ୍ରାର୍ଥୀ କରିଛି । ବିଜେପିର ୪୮ ଜଣିଆ ତାଲିକାରେ ଦୁଇଜଣ ମୁସଲିମ୍ ପ୍ରାର୍ଥୀ ରହିଛନ୍ତି । ଶୁକ୍ରବାର ସିପିଏମ୍ ଛାଡ଼ି ବିଜେପିରେ ସାମିଲ ହୋଇଥିବା ମୋବୋଶ ଅଲୀଙ୍କୁ କୈଲାସହର ଆସନରୁ ଟିକେଟ୍ ଦେଇଛି । ବିଜେପି ଯେଉଁ ୬ ଜଣ ବିଧାୟକଙ୍କ ଟିକେଟ୍ କାଟିଛି ସେମାନେ ହେଲେ ବିମ୍ମି ମଜୁମଦାର, ସୁଭାଷ ଚନ୍ଦ୍ର ଦାସ, ଅରୁଣ ଚନ୍ଦ୍ର ଭୌମିକ, ବୀରେନ୍ଦ୍ର କିଶୋର ଦେବ ବର୍ମନ, ପରିମଳ ଦେବ ବର୍ମା ଏବଂ ବିପ୍ଳବ କୁମାର ।

ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ଆଜି ୧୭ ଜଣିଆ ପ୍ରାର୍ଥୀତାଲିକା ଘୋଷଣା କରିଛି । ପାର୍ଟି ଅଗରତାଲା ଆସନରୁ ସୁଦୀପ ରାୟ ବର୍ମନ୍‌ଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ମାଣିକ ସାହାଙ୍କୁ ଟକ୍କର୍ ଦେବାପାଇଁ ଟାଉନ୍ ବାର୍ଦୋବାଲି ଆସନରେ ଆଶିଷ କୁମାର ସାହାଙ୍କୁ ଟିକେଟ୍ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking