24.1 C
Bhubaneswar
Thursday, February 20, 2025
Homeଓଡିଶାସହିଦ ଦିବସରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି

ସହିଦ ଦିବସରେ ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି

ଯାଜପୁର: ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ଅଧ୍ୟକ୍ଷତାରେ ଜାତୀୟ ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ତଥା ସହିଦ ଦିବସ ପାଳିତ ହୋଇଯାଇଅଛି।ଆଜି ପୂର୍ବାହ୍ନରେ ଗାନ୍ଧୀ ଛକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଏବଂ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ବେହୁରିଆ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମହାତ୍ମା ଗାନ୍ଧୀ ଆମ ଗହଣରେ ଆଜି ନାହାଁନ୍ତି ସତ, ହେଲେ ତାଙ୍କ ଆଦର୍ଶ ଓ କାର୍ଯ୍ୟ କଳାପ ତାଙ୍କୁ ଚିରଦିନ ଧରାପୃଷ୍ଠରେ ଅମର କରି ରଖିଥିବ ବୋଲି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବେହୁରିଆ କହିଥିଲେ। ଅଧ୍ୟବସାୟ, କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା ଓ ମାତୃଭୂମି ପାଇଁ ତାଙ୍କର ଅବଦାନ ସମଗ୍ର ବିଶ୍ୱକୁ ଚମକୃତ କରିଛି। ତାଙ୍କର ଅହିଂସା ମନ୍ତ୍ର ସମଗ୍ର ବିଶ୍ବକୁ ଆକୃଷ୍ଟ ଓ ପ୍ରଭାବିତ କରିଛି ବୋଲି କହିବା ସହ ତାଙ୍କ ପଦାଙ୍କ ଅନୁସରଣ କରିବାକୁ ଶ୍ରୀ ବେହୁରିଆ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ଏହି ଉପଲକ୍ଷେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ସ୍ଵାଧୀନତା ଆନ୍ଦୋଳନରେ ଯେଉଁ ମହାମାନିଷୀ ମାନେ ନିଜ ଜୀବନକୁ ତିଳ ତିଳ ଜାଳି ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ସଂଗ୍ରାମ କରି ସହିଦ ହୋଇଯାଇଛନ୍ତି, ସେହିପରି ଯାଜପୁର ଜିଲ୍ଲାର ବର୍ଷୀୟାନ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ନୀଳମଣି ସାମଲ, ବୀର ଯବାନ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍ ନୀରବ ପ୍ରାର୍ଥନା ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।  ଏହି ସଭାରେ ଜିଲ୍ଲାପାଳଙ୍କ ସ୍ଵତନ୍ତ୍ର ଅଧିକାରୀ ଶ୍ରୀ କୁଳମଣି ନାୟକ, ଡେପୁଟି କଲେକ୍ଟର ଶ୍ରୀ ତାପସ କୁମାର ସାହୁ, ଡେପୁଟି କଲେକ୍ଟର ସୁଶ୍ରୀ ଶାଶ୍ଵତୀ ଷଡୱାଲ, ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମତୀ ସୋନାଲୀ ବେହେରା, ଭୂ ଅର୍ଜନ ଅଧିକାରୀ ଶ୍ରୀ ସାହେବ୍ ରାମ ବାସ୍କେ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ, ଜ୍ଞାନ ରଞ୍ଜନ ସେଠୀ, ଡି.ଏମ.ଏଫ୍ ଟିମ୍ ଲିଡର ଡ. କୁମାର ସୁବାଶିଷ ସମେତ ଜିଲ୍ଲା କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking