31.1 C
Bhubaneswar
Tuesday, July 2, 2024
Homeଓଡିଶାବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ୬୭ତମ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆମ୍ବେଦକରଙ୍କ ୬୭ତମ ମହାପ୍ରୟାଣ ଦିବସରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକରଙ୍କର ୬୭ତମ ମହାପ୍ରୟାଣ ଦିବସ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ଥିବା ଫଟୋ ଚିତ୍ରରେ ଦଳର ବରିଷ୍ଠ ନେତୃବୃନ୍ଦ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଡଃ. ଭୀମରାଓ ଆମ୍ବେଦକରଙ୍କ ଜୀବନ ଦର୍ଶନ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ସମ୍ବିଧାନ ରଚନା ସମ୍ପର୍କରେ ଆଲୋଚନା ହୋଇଥିଲା । ଦେଶବାସୀ ସମସ୍ତେ ତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବା ଉଚିତ୍ । ଆମ୍ବେଦକରଙ୍କ ପାଇଁ ଦେଶର ଶୋଷିତ, ଦଳିତ, ଆଦିବାସୀ ମହିଳା, ଦରିଦ୍ର ସମସ୍ତେ ନ୍ୟାୟ ପାଇବାରେ ସମର୍ଥ ହେଉଛନ୍ତି । ଆମ୍ବେଦକର କହିଥିଲେ, ଦେଶର ଭିନ୍ନ ଭିନ୍ନ ଜାତିର ଲୋକ ଲଢ଼ାଇ ସମାପ୍ତ ନକଲେ ଦେଶ କେବେ ଏକାଠି ହୋଇପାରିବ ନାହିଁ ।

ବାବା ସାହେବଙ୍କ ସ୍ୱପ୍ନର ସମାବେଶୀ ଭାରତ ଗଠନ ପାଇଁ ପ୍ରତିବଦ୍ଧ ନରେନ୍ଦ୍ର ମୋଦି ସରକାର । ଦଳିତ, ପ୍ରୀଡିତ, ବଂଚିତ ଏବଂ ଶୋଷିତଙ୍କ କଲ୍ୟାଣ ପାଇଁ ବାବା ସାହେବଙ୍କ ବିଚାର ଥିଲା ସେହି ପ୍ରେରଣା ତ୍ସୋତରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ଏହି କାରଣରୁ କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନା ଗରିବରୁ ଗରିବଙ୍କୁ ଧ୍ୟାନରେ ରଖି ଲାଗୁ କରାଯାଇଛି ଏବଂ ସାମାଜିକ ନ୍ୟାୟ ଦିଗରେ ମୋଦି ସରକାର କାର୍ଯ୍ୟ କରୁଛନ୍ତି । ଭାରତ ଶାସନ ବ୍ୟବସ୍ଥାର ସମ୍ବିଧାନ ଗୁରୁତ୍ୱ ବହନ କରୁଥିବାବେଳେ ତାର ମୁଖ୍ୟ ପ୍ରଣେତା ଡଃ ଆମ୍ବେଦକରଙ୍କ ପ୍ରତି ଅଧିକରୁ ଅଧିକ ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ।

ଏହି ଶ୍ରଦ୍ଧାଞ୍ଜଳି ସଭାରେ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତି, ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ, ସାଧାରଣ ସମ୍ପାଦକ ସାରଦା ଶତପଥୀ, ସୀମାଚଂଳ ଖଟେଇ, ପୂର୍ଣ୍ଣିମା କେରକେଟା, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ ସମ୍ପାଦକ ରମେଶ ସାହୁ, ପୂର୍ଣ୍ଣିମା ନାୟକ, ଅନୁସୂଚିତ ଜାତିମୋର୍ଚ୍ଚା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ୍‌, ପବିତ୍ର ଦାଶ, ସିକନ୍ଦର ଅଲ୍ଲୀ, ପଂଚାନନ ନାୟକ ସମେତ ବହୁ ନେତୃବୃନ୍ଦ ଡଃ. ଭୀମରାଓ ଆମ୍ବେଦକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହିପରି ଆଜି ସକାଳେ ଭୁବନେଶ୍ୱରର ଏଜି ଛକ ସ୍ଥିତ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ସଭାପତି ଡ. ବିଭୂପ୍ରସାଦ ତରାଇ, ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଲିକ, ପ୍ରଶାନ୍ତ ନାୟକ, ଡ. ରବି ବେହେରା, ଜଗନ୍ନାଥ ବେହେରା, ସଞ୍ଜିତ୍ ମଣ୍ଡଳ ପ୍ରମୁଖଙ୍କ ସହ ବହୁ କାର୍ଯ୍ୟକର୍ତା ଆମ୍ବେଦକରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking