27.1 C
Bhubaneswar
Sunday, June 8, 2025
Homeଓଡିଶାଆସନ୍ତାକାଲି ପୁରୀ-ହାୱଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଟ୍ରାଏଲ ରନ୍‌

ଆସନ୍ତାକାଲି ପୁରୀ-ହାୱଡ଼ା ‘ବନ୍ଦେ ଭାରତ ଏକ୍ସପ୍ରେସ’ର ଟ୍ରାଏଲ ରନ୍‌

ଭୁବନେଶ୍ୱର: ଆସନ୍ତାକାଲି ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରାଏଲ ରନ୍ କରିବ । ସକାଳ ୬ଟା ୧୦ ମିନିଟ୍‌ରେ ହାୱଡ଼ାରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ହାୱଡ଼ା ପରେ ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହିବ । ତା’ପରେ କଟକ, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖାଏଁ ରହି ପୁରୀରେ ମଧ୍ୟାହ୍ନ ୧୨ଟା ୩୫ ମିନିଟ୍‌ରେ ପହଞ୍ଚିବ । ପୁଣି ଅପରାହ୍ନ ୧ ଟା ୫୦ ମିନିଟ୍‌ରେ ପୁରୀରୁ ହାୱାଡା ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯହାଦ୍ୱାରା ଯାତ୍ରା ଆରାମଦାୟକ ହେବା ସହ କମ୍ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ବର୍ତ୍ତମାନ ସୁଦ୍ଧାରେ ଦେଶରେ ୯ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking