ଅଷ୍ଟ୍ରେଲିଆ : କଥାରେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ। ଅଷ୍ଟ୍ରେଲିଆରେ ୨୨ ଜଣ ପୁରୁଷ ସନ୍ତାନ ଜନ୍ମ କରିବା ସହିତ ମା’ ହେବାର ସୈାଭାଗ୍ୟ ପ୍ରାପ୍ତ କରିଛନ୍ତି। ଏହି ଭଳି ଏକ ଅବିଶ୍ବସନୀୟ ଘଟଣା ଘଟିଛି ଅଷ୍ଟୋଲିଆରେ । ଅଷ୍ଟୋଲିଆର ୨୦୧୮-୧୯ ମସିହାର ଜନଗଣନା ସଂଖ୍ୟା ଅନୁସାରେ ଏହି ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟ ଅନୁସାରେ ଡିପାର୍ଟମେଣ୍ଟ ଅଫ୍ ହ୍ୟୁମାନ୍ ସର୍ଭିସ୍ ଜନ୍ମ ହୋଇଥିବା ଶିଶୁମାନଙ୍କ ଡାଟା ରିଲିଜ୍ କରିଥିଲେ । ଯାହାକୁ ନେଇ ଛୁଆ ଜନ୍ମ ଦେଇଥିବା ୨୨ ଜଣଙ୍କ ପୁରୁଷ କିନ୍ନର ଥିବା ସ୍ପଷ୍ଟ ହୋଇଥିଲା । କିନ୍ତୁ ଏହି ଡାଟା ୨୦୦୯ ପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲା ।
ସନ୍ତାନ ଜନ୍ମ ଦେବା ସହିତ ଏହି ରିପୋର୍ଟରେ ୨୨୮ ଜଣ ପୁରୁଷ ନାମ ସାମିଲଥିବା ସୂଚନା ମିଳିଛି । ଗତଦଶ ବର୍ଷରେ ଯେଉଁ ପୁରୁଷମାନେ ସନ୍ତାନ ଜନ୍ମ ଦେଇଛନ୍ତି ସେମାନଙ୍କର ସରକାରୀ ତଥ୍ୟ ରହିଛି। ସନ୍ତାନ ଜନ୍ମ କରୁଥିବା ମହିଳାମାନେ ଲିଙ୍ଗ ପରିବର୍ତ୍ତନ କରି ପୁରୁଷ ହେଲା ପରେ ସନ୍ତାନ ଜନ୍ମ କରିଥିବା ଜଣାପଡିଛି। ତେବେ ଲିଙ୍ଗ ପରିବର୍ତ୍ତନ କରିବା ପାଇଁ ସେଠାରେ ବହୁ ବିବାଦ ଦେଖା ଦେଇଥିଲା।
ତେବେ କିଛି ଲୋକ ସନ୍ତାନ ଜନ୍ମ କରିବା ପରେ ଅର୍ଥାତ୍ ଏହି ମା ହୋଇଥିବା ପୁରୁଷଙ୍କ ପୁରୁଷତ୍ବ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେମାନଙ୍କ କହିବାନୁସାରେ ଯଦି କୈାଣସି ପୁରୁଷ ସନ୍ତାନ ଜନ୍ମ କରୁଛି ତାହେଲେ ବାସ୍ତବରେ ଅର୍ଥରେ ତାକୁ ପୁରୁଷ କୁହାଯାଇପାରିବ ନାହିଁ।
ମେଲବର୍ନ ବିଶ୍ବବିଦ୍ୟାଳୟରେ ଜଣେ ପ୍ରଫେସର ଏହାକୁ ନେଇ ମନ୍ତବ୍ୟ ଦେଇଛନ୍ତି କି, ପୁରୁଷତ୍ବକୁ ନେଇ ପ୍ରତିଟି ମଣିଷଙ୍କର ଭିନ୍ନ ଭିନ୍ନ ଭାବନା ରହିବା ସ୍ବଭାବିକ।