କେନ୍ଦୁଝର: କିନ୍ନର ମାନଙ୍କୁ ସରକାର ଏବେ ମାନ୍ୟତା ପ୍ରଦାନ କରିଛନ୍ତି । ମାନ୍ୟତା ପାଇଲା ପରେ ବିଭିନ୍ନ ଯୋଜନାରେ କିନ୍ନର ମାନଙ୍କୁ ସୁଵିଧା ସୁଯୋଗ ସରକାର ଯୋଗାଇ ଦେଉଛନ୍ତି । ତଥାପି କିନ୍ନର ମାନେ ଅବହେଳିତ ହୋଇ ରହିଥିବା କିନ୍ନର ସଙ୍ଘ କ୍ଷୋଭ ପ୍ରକାଶ କରିଛି । କରୋନା ମହାମାରୀ କିନ୍ନର ମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ଏହି କିନ୍ନର ମାନଙ୍କୁ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରି ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଦାବି କରିଛି କିନ୍ନର ମହାସଂଘ । ଏନେଇ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କ ଉଦେଶ୍ୟ ରେ ପ୍ରଦାନ କରାଯାଇଛି ।