36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶମାଲ୍‌ବାହୀ ଓ ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା: ୨୬ ମୃତ, ୮୫ ଆହତ

ମାଲ୍‌ବାହୀ ଓ ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା: ୨୬ ମୃତ, ୮୫ ଆହତ

ଆଥେନ୍‌ସ୍‌: ମଙ୍ଗଳବାର ରାତିରେ ଗ୍ରିସ୍‌ରେ ୨ଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା ଖାଇବା ଯୋଗୁଁ ୨୬ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟୂନ ୮୫ଜଣ ଆହତ ହୋଇଛନ୍ତି ବୋଲି ଆଜି ଗ୍ରିକ୍ ଅଗ୍ନିଶମ ବିଭାଗ କହିଛି। ‘ଗ୍ରିକ୍‌ ଫାୟାର୍‌ ସିର୍ଭିସ୍‌’ର ମୁଖପାତ୍ର ଭାସିଲିସ୍‌ ଭର୍ଥାକୋଗିଆନ୍ନିସ୍‌ କହିଛନ୍ତି ଯେ, ୩୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଯାତ୍ରୀବାହୀ ଟ୍ରେନ୍‌ଟି ମଙ୍ଗଳବାର ରାତିରେ ଲାରିସା ନଗରୀ ନିକଟବର୍ତ୍ତୀ କେନ୍ଦ୍ରୀୟ ଗ୍ରିସ୍‌ର ଟେମ୍ପି ଅଞ୍ଚଳରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ ସହିତ ଧକ୍କା ଖାଇଛି। ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଅନ୍ୟୂନ ୧୫୦ଜଣ ଅଗ୍ନିଶମ କର୍ମଚାରୀ , ୧୭ଟି ଗାଡ଼ି ଓ ୨୦ଟି ଆମ୍ବୁଲାନ୍‌ସ୍‌ ମୁତୟନ କରାଯାଇଛି।

ଯାତ୍ରୀବାହୀ ଟ୍ରେନ୍‌ଟି ଆଥେନ୍‌ସ୍‌ରୁ ଥେସାଲୋନିକ୍‌ ଅଭିମୁଖେ ଯାତ୍ରା କରୁଥିଲା। ‘ଗ୍ରିକ୍‌ ଫାୟର୍‌ ସର୍ଭିସ୍‌’ର ମୁଖପାତ୍ର ଆଇଓନିସ୍‌ ଆଟ୍ରୋପୋଇଓସ୍‌ ଆଜି ଗ୍ରିକ୍‌ ଟେଲିଭିଜନ୍‌କୁ କହିଛନ୍ତି ଯେ, ତଲାସ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ। ଥେସାଲି ଅଞ୍ଚଳର ଗଭର୍ଣ୍ଣର୍‌ କୋଣ୍ଟାନ୍‌ସିନୋସ୍‌ ଆଗୋରାସ୍ତୋସ୍‌ କହିଛନ୍ତି, ଟ୍ରେନ୍‌ ଦୁଇଟି ଖୁବ୍‌ ‌ଜୋର୍‌ରେ ପରସ୍ପରକୁ ଧକ୍କା ଦେଇଛନ୍ତି। ଯାତ୍ରୀବାହୀ ଟ୍ରେନ୍‌ର ପ୍ରଥମ ୪ଟି ବଗି ଧାରଣାଚ୍ୟୁତ ହୋଇଯାଇଛି। ସେଥିରୁ ୨ଟି ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି କ‌ହିଲେ ଚଳେ। ‘ରଏଟର୍ସ’ ରିପୋର୍ଟ ଅନୁସାରେ, ୨୫୦ଜଣ ଯାତ୍ରୀଙ୍କୁ ନିରାପଦରେ ସ୍ଥାନାନ୍ତରଣ କରାଯାଇଛି। କିନ୍ତୁ, କେଉଁ ପରିସ୍ଥିତି ଯୋଗୁଁ ଦୁର୍ଘଟଣା ଘଟିଲା, ତାହା ଜଣାପଡ଼ିନାହିଁ। ଉଦ୍ଧାର କାର୍ଯ୍ୟରେ ସହାୟତା କରିବା ଲାଗି ସେନାବାହିନୀ ସହିତ ଯୋଗ‌ାଯୋଗ କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking