ଭୁବନେଶ୍ୱର: ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ସମ୍ବନ୍ଧରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମନସୁଖ ମାଣ୍ଡବ୍ୟଙ୍କ ସୂଚନା । ଦୁର୍ଘଟଣାରେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ମଧ୍ୟରୁ ୧୦୦ ଜଣଙ୍କ ଅବସ୍ଥା ଗୁରୁତର ଅଛନ୍ତି । ଗୁରୁତର ଆହତଙ୍କ ଲାଗି ସ୍ୱତନ୍ତ୍ର ଚିକିତ୍ସାର ଆବଶ୍ୟକତା ରହିଛି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ବିଶେଷଜ୍ଞ ଡାକ୍ତର ଆସିଛନ୍ତି । ଅତ୍ୟାଧୁନିକ ଯନ୍ତ୍ରପାତି ସହ ସ୍ୱତନ୍ତ୍ର ଡାକ୍ତୀ ଟିମ ଦଳ ମଧ୍ୟ ଆସିଛନ୍ତି । ଦିଲ୍ଲୀ ଏମସ ଓ ଆରଏମଏଲରୁ ଆସିଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି ମାଣ୍ଡଭୀୟ ।
ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା ବ୍ୟବସ୍ଥାର ଅନୁଧ୍ୟାନ କରିବେ ମନସୁଖ ମାଣ୍ଡବ୍ୟ