ଭୁବନେଶ୍ୱର: ଦୁର୍ଘଟଣା ପରେ ଗଡ଼ିଲା କରମଣ୍ଡଳ ଏକ୍ସପ୍ରେସ୍। ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟାଇଥିବା କରମଣ୍ଡଳ ଏକ୍ସପ୍ରେସ୍ ଗତକାଲି ଦୁର୍ଘଟଣା ସ୍ଥଳର ଟ୍ରାକ୍ ଦେଇ ଯାଇଛି। ୪ ଦିନ ପରେ ଟ୍ରାକ୍ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍। ମଙ୍ଗଳବାର ଚେନ୍ନାଇ ପଟୁ ଆସିଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍ ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା ଶାଲିମାର ଅଭିମୁଖେ ଯାଇଥିଲା।
ଜୁନ୍ ୨ ତାରିଖ ସନ୍ଧ୍ୟାରେ କୋଲକାତାରୁ ଚେନ୍ନାଇ ଯାଉଥିବା ବେଳେ ବାହାନଗା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ। ତା ପରଠାରୁ ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରହିଥିଲା ଡାଉନ୍ ଲାଇନ୍ରେ ଚେନ୍ନାଇ ପଟୁ ଆସୁଥିବା କରମଣ୍ଡଳକୁ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ୩ ଦିନ ଅଟକାଇ ଦିଆଯାଇଥିଲା।
ସେପଟେ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ୫ ଦିନ ପୂରି ଥିବା ବେଳେ ରାଜ୍ୟରେ ଏପର୍ଯ୍ୟନ୍ତ ସ୍ୱାଭାବାକି ହୋଇନି ଟ୍ରେନ୍ ଚଳାଚଳ। ଏବେ ବି କାମ ଚାଲିଛି। ଟ୍ରେନ୍ ବାତିଲ ହେଉଛି। ଟ୍ରେନ୍ ଚାଲୁନଥିବାରୁ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ଗତକାଲି ମଙ୍ଗଳବାର ୫ଟି ଟ୍ରେନ୍ ବାତିଲ୍ କରାଯାଇଥିବା ବେଳେ ବୁଧବାର ପାଇଁ ଦକ୍ଷିଣ ପୂର୍ବ ରେଳପଥର ୯ଟି ଟ୍ରେନ୍ ବାତିଲ୍ ହୋଇଛି।