21.1 C
Bhubaneswar
Thursday, December 19, 2024
Homeଓଡିଶାଟ୍ରେନ୍ ଟ୍ରାଜେଡି: ମୋତେ ହିନ୍ଦୁ ପିଲାର ମରଶରୀର ଦିଆଯାଇଛି ବୋଲି ଅଭିଯୋଗ ଆଣିଲେ ମୁସ୍‌ଲମାନ ମା’

ଟ୍ରେନ୍ ଟ୍ରାଜେଡି: ମୋତେ ହିନ୍ଦୁ ପିଲାର ମରଶରୀର ଦିଆଯାଇଛି ବୋଲି ଅଭିଯୋଗ ଆଣିଲେ ମୁସ୍‌ଲମାନ ମା’

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ମୃତକମାନଙ୍କୁ ଏମ୍ସରେ ରଖାଯାଇଥିବା ବେଳେ ଏହାକୁ ଚିହ୍ନଟ କରିବା ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏ ନେଇ କୋଲକାତାର ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ସେ ଗୋଟାଏ ମୃତଦେହକୁ ତାଙ୍କ ପୁଅର ମୃତଦେହ ବୋଲି କହିଥିବା ବେଳେ ତାଙ୍କୁ ଅନ୍ୟ ଜଣଙ୍କ ମରଶରୀର ଦିଆଯାଉଛି । ପରିବାର ଲୋକ ଚିହ୍ନଟ କରୁଛନ୍ତି ଗୋଟେ ହେଲେ ତାଙ୍କୁ ଆଉ ଗୋଟିଏ ମୃତଦେହ ଦେଖାଯାଉଛି । ଏମିତି ଅଭିଯୋଗ କରିଛନ୍ତି କଲିକତାରୁ ଆସିଥିବା ସବିଲା ମୂଲା । ଦୁର୍ଘଟଣାରେ ବଡ଼ ପୁଅ ସରିଫୁଲ୍ ଶେଖଙ୍କୁ ହରାଇଛନ୍ତି ସବିଲା । ଥାନାରୁ ଖବର ପାଇବା ପରେ ଏମ୍ସରେ ପହଞ୍ଚିଛନ୍ତି । ଫଟୋ ଦେଖି ପୁଅକୁ ଚିହ୍ନଟ କରିଛନ୍ତି । ହେଲେ କର୍ତ୍ତୃପକ୍ଷ ଆଉ ଗୋଟେ ମୃତଦେହ ଦେଖାଉଛନ୍ତି । ସେ ମୁସଲିମ୍ ହୋଇଥିବା ବେଳେ ତାଙ୍କୁ ଜଣେ ହିନ୍ଦୁଙ୍କ ମୃତଦେହ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ତାଙ୍କ ପୁଅ ମୃତଦେହ ତାଙ୍କୁ ମିଳିବ କି ନାହିଁ ଏ ନେଇ ଆଶଙ୍କାରେ ଅଛନ୍ତି ମା ସବିଲା । ଏବେ ଡିଏନଏ ନମୁନା ନେଇ ୭ ଦିନ ଅପେକ୍ଷା କରିବାକୁ ତାଙ୍କୁ କୁହାଯାଇଥିବା ସେ କହିଛନ୍ତି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଏମ୍ସର ଆଡିସିନାଲ ସୁପରିଟେନଡେଣ୍ଟ ପ୍ରଭାସ ରଞ୍ଜନ ତ୍ରିପାଠୀ । ସେ କହିଛନ୍ତି, ‘ଏମ୍ସ ପକ୍ଷରୁ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରିବାରେ କୌଣସି ପ୍ରକାର ତ୍ରୁଟି ହୋଇନାହିଁ । ଯେହେତୁ ମୃତଦେହକୁ ଏମ୍ସରେ ସଂରକ୍ଷିତ କରି ରଖାଯାଇଛି । ତେଣୁ ବାହାନଗା ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ମରଶରୀର ନେବା ପାଇଁ ଏମ୍ସକୁ ବହୁ ଲୋକ ଆସୁଛନ୍ତି । ୧୬୨ ମୃତ ଦେହ ଏମ୍ସ ପକ୍ଷରୁ ରିସିଭ କରାଯାଇଥିଲା । ଫିଜିକାଲ ଭେରିଫିକେସନ ପରେ ଏମ୍ସ ପକ୍ଷରୁ ୮୦ ଟି ମୃତଦେହ ହସ୍ତାନ୍ତର କରଯାଇଛି । ସେପଟେ ଡିଏନଏ ନମୁନା ସଂଗ୍ରହ କରଯାଉଛି । ସେଇ ଆଧାରରେ ମୃତ ଶରୀର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ସାଧାରଣ କ୍ଷେତ୍ରରେ ଚାରିରୁ ପାଞ୍ଚ ଦିନ ଭିତରେ ଡିଏନଏ ରିପୋର୍ଟ ଆସେ । ବାହାନଗା ରେଳ ଦୁର୍ଘଟଣା ଏକ ମାସ କାଜୁଆଲିଟି । ତେଣୁ କିଛି ଦିନ ଅପେକ୍ଷା କରିବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking