30.1 C
Bhubaneswar
Tuesday, April 28, 2026
Homeଓଡିଶାଆଇଆଇସିଙ୍କୁ ମାଡ଼ ମାରିଲେ ବାଲି ମାଫିଆ

ଆଇଆଇସିଙ୍କୁ ମାଡ଼ ମାରିଲେ ବାଲି ମାଫିଆ

ମୟୂରଭଞ୍ଜ: ଚଢ଼ାଉ ପାଇଁ ଯାଇଥିବା ବେଳେ ଆଇଆଇସିଙ୍କୁ ମାଡ଼ ମାରିଲେ, ପୁଲିସ ଗାଡ଼ି ଭାଙ୍ଗିଲେ ମଦ ମାଫିଆ। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥଙ୍କୁ ମଦ ମାଫିଆ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆଇଆଇସିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରଯାଇଛି। ତାଙ୍କ ବେକ ଓ ପିଠିରେ ଗଭୀର ଆଘାତ ଲାଗିଛି। କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ଆଜି ସକାଳେ ଡାହିସାହି ଅଞ୍ଚଳରେ ଗୋଟିଏ ଜାଗାରେ ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ବାଲି ଜବତ କରିବାକୁ ଯାଇଥିଲେ। ଏହି ସମୟରେ ଆଇଆଇସି ସେଠାରେ ପହଞ୍ଚି ବାଲି କାହାର ଏବଂ କିଏ ଗଚ୍ଛିତ ରଖିଛି ବୋଲି ପଚାରିବା କ୍ଷଣି ମାଫିଆ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ରୁ ଅଧିକ ମହିଳା ମିଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ।ଥାନା ଅଧିକାରୀଙ୍କୁ ପଥର ମାଡ଼ କରିବା ସହିତ ପୁଲିସ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ମାଫିଆଙ୍କ ପଥର ମାଡ଼ରେ ପୁଲିସ ଗାଡ଼ି ଭାଙ୍ଗି ଯାଇଛି। ଥାନା ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ମାଫିଆଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking