27.1 C
Bhubaneswar
Sunday, September 29, 2024
Homeଓଡିଶାଟ୍ରେନ ଟ୍ରାଜେଡି: ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ଆହତଙ୍କର ମୃତ୍ୟୁ

ଟ୍ରେନ ଟ୍ରାଜେଡି: ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ଆହତଙ୍କର ମୃତ୍ୟୁ

କଟକ: ଭୟଙ୍କର ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କର ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବିହାର ବାସିନ୍ଦା ୧୭ ବର୍ଷୀୟ ପ୍ରକାଶ ରାମ। ଗୁରୁତର ଆହତ ହୋଇ ଏକଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ ପ୍ରକାଶ। ଆସିୟୁରେ ତାଙ୍କର ଚିକିତ୍ସିତ ଚାଲିଥିଲା। ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି କଟକ ଏସସିବି ମେଡିକାଲର କୁଳ ସଚିବ ଡକ୍ଟର ଅବିନାଶ ରାଉତ।

ଅଭିରାମଙ୍କର ମୃତ୍ୟୁକୁ ମିଶାଇ ଏସସିବିରେ ଚିକିତ୍ସିତ ଅବସ୍ଥାରେ ଦୁଇ ଆହତଙ୍କର ମୃତ୍ୟ ହେଲାଣି। ଏହା ପୂର୍ବରୁ ମଧ୍ୟ ବିହାର ବିଜୟ ପାଶୱାନ ନାମକ ଜଣେ ଆହତଙ୍କର ଚିକିତ୍ସାଧୀନ ଅଵସ୍ଥାରେ ଏସ୍‌ସିବିରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଦିନ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମୃତକ ବିଜୟଙ୍କର ସ୍ଲାଇନାଲ ଇଞ୍ଜୁରୀ ଥିବାରୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ରଖି ତାଙ୍କର ଚିକିତ୍ସା କରାଯାଉଥିଲା। ହେଲେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏସ୍‌ବିରେ ଦୁଇ ମୃତକଙ୍କୁ ମିଶାଇଲେ ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢ଼ିଛି। ମୃତକ ଦୁଇ ଜଣଙ୍କୁ ମିଶାଇଲେ ମୋଟ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।  ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ କେତେକ ଲୋକଙ୍କର ଚିକିତ୍ସା ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking