ଭୁବନେଶ୍ୱର : ବାହାନଗା ଟ୍ରେନ୍ ଟ୍ରାଜେଡିକୁ ୬ ଦିନ ବିତିଲାଣି । ତଥାପି ମନରୁ ଲିଭିନି ଏହାର ଭୟବହତା । ଦୁର୍ଘଟଣାରେ ପ୍ରାୟ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ମୃତକଙ୍କ ପରିବାରକୁ ଶବ ହସ୍ତାନ୍ତର କରାଯାଇଛି । ଡିଏନ୍ ଟେଷ୍ଟ ତଥା ବିଭିନ୍ନ ଯାଞ୍ଚ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି ।
ହେଲେ ଏହାରି ଭିତରେ ସବୁଠାରୁ ବଡ଼ କଥା ହେଲା, ଦୂରଦୂରାନ୍ତରୁ ଅନେକ ଲୋକ ଓଡ଼ିଶା ଆସିଛନ୍ତି । ଆଉ ଏହି ରେଳ ଦୁର୍ଘଟଣାରେ ମୃତାହତ ହୋଇଥିବା ନିଜ ପରିବାର ଲୋକଙ୍କୁ ଖୋଜୁଛନ୍ତି । ହେଲେ ପାଉନାହାନ୍ତି । ଗୋଟିଏ ହସ୍ପିଟାଲରୁ ଅନ୍ୟ ହସ୍ପିଟାଲକୁ ବୁଲି ବୁଲି ନୟାନ୍ତ ହେଉଛନ୍ତି । ତେଣୁ ଲୋକେ ଯେଭଳି ହଇରାଣ ନହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଛି ବଡ଼ ନିଷ୍ପତ୍ତି ।
ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ମୃତଦେହ ସବୁ ଭୁବନେଶ୍ୱର ଏମସରେ ରଖାଯାଇଛି । ଯିଏ ବି ମୃତଦେହ ଖୋଜିବାକୁ ଆସୁଛନ୍ତି ସେମାନେ ଏଣେ ତେଣେ ନବୁଲି ସିଧା ଭୁବନେଶ୍ୱର ଏମସରେ ପହଞ୍ଚିବାକୁ ପରାମର୍ଶ ଦିଆଯାଇଛି । ମୃତକଙ୍କୁ ଚିହ୍ନଟ ପାଇଁ ସମ୍ପର୍କୀୟମାନେ ଅନ୍ୟ ହସ୍ପିଟାଲ ନଯାଇ କେବଳ ଭୁବନେଶ୍ୱର ଏମସ ଯିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ହସ୍ପିଟାଲରୁ ବାକି ୩୯ଟି ମୃତଦେହ ଆଣି କଣ୍ଟେନରରେ ରଖାଯାଇଛି । ଭୁବନେଶ୍ୱର ଏମସ ପକ୍ଷରୁ ଏପର୍ଯନ୍ତ ୧୬୨ଟି ମୃତଦେହ ମିଳିଛି । ସେଥିରୁ ୭୧ଟି ମୃତଦେହ ହସ୍ତାନ୍ତର କରାଯାଇଛି ।