40.1 C
Bhubaneswar
Friday, May 3, 2024
Homeଓଡିଶାବାତ୍ୟା ‘ୟାଶ୍‌’ ପାଇଁ ୧୨୪ଟି ଟ୍ରେନ୍‌ ବାତିଲ୍‌

ବାତ୍ୟା ‘ୟାଶ୍‌’ ପାଇଁ ୧୨୪ଟି ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର: ବାତ୍ୟା ‘ୟାଶ୍‌’ ପାଇଁ ଟ୍ରେନ୍‌ ବାତିଲ୍‌। ପ୍ରବଳ ବର୍ଷା ଓ ପବନ ପାଇଁ ୧୨୪ଟି ଟ୍ରେନ୍‌ ବାତିଲ୍‌ କରାଯାଇଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ପିଲା ଛୁଆ ଧରି ରେଲୱେ ଷ୍ଟେସନ ବାହାରେ ବସି ରହିଛନ୍ତି। ଏପଟେ ଲକ୍‌ଡାଉନ୍‌ ପାଇଁ ସମସ୍ତ ବସ୍‌ ଓ ଅଟୋ ବନ୍ଦ ରହିଛି। ଏପଟେ ଟ୍ରେନ ମଧ୍ୟ ବନ୍ଦ। ଫଳରେ ଯାତ୍ରୀମାନେ କିପରି ଘରକୁ ଫେରିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି।
ସୂଚନା ଅନୁଯାୟୀ, ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ୟାଶ୍‌’। ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମ୍ ‘ୟାଶ୍‌’ ଭୀଷଣକାୟ ରୂପ ନେଇ ଆଜି ଅପରାହ୍ନରେ ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟ୍ରମରେ ପରିଣତ ହେବ।

ବାତ୍ୟା ‘ୟାଶ୍‌’ ପାରାଦୀପରୁ ଏବେ ୩୬୦ କିଲୋମିଟର ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏବଂ ବାଲେଶ୍ୱରରୁ ୪୬୦ କିଲୋମିଟର ଦୂରରେ ରହିଛି। ବର୍ଷାକୁ ନଜରରେ ରଖି ଲୋକଙ୍କ ସ୍ଥାନାନ୍ତରଣରେ ବିଳମ୍ବ ନ କରି କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ ଠିକାଦାର ଅସ୍ଥାୟୀ କ୍ୟାମ୍ପରୁ ନିର୍ମାଣ ଶ୍ରମିକଙ୍କୁ ନିରାପଦ ସ୍ଥାନକୁ ନେଇଯିବା ଲାଗି ସେ ପରାମର୍ଶ ଦେଇଛନ୍ତି ।

ସେହିପରି ବାତ୍ୟା ପ୍ରଭାବିତ ଜିଳ୍ଲାରେ ୬୫୦୦ ଗର୍ଭବତୀ ଥିବା ଶିଶୁ ବିକାଶ ବିଭାଗ ପକ୍ଷରୁ ତାଲିକା ହସ୍ତଗତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ କିପରି ସେମାନଙ୍କୁ ମେଡିକାଲ ସ୍ଥାନାନ୍ତର କରାଯିବ ସେନେଇ ଯୋଜାନା କରାଯାଇଛି। ବାତ୍ୟା ସମ୍ପୂର୍ଣ୍ଣ ନସରିବା ଯାଏ ଘରୁ ବାହାରକୁ ବାହାରନ୍ତୁ ନାହିଁ ବୋଲି ସେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking