37.1 C
Bhubaneswar
Saturday, April 20, 2024
Homeଓଡିଶା୬୩ ଓଇଏସ୍‌ଙ୍କୁ ମିଳିଲା ପଦୋନ୍ନତି

୬୩ ଓଇଏସ୍‌ଙ୍କୁ ମିଳିଲା ପଦୋନ୍ନତି

ଭୁବନେଶ୍ୱର: ସୋମବାର ରାଜ୍ୟରେ ବରିଷ୍ଟ ୬୩ଜଣ ଓଇଏସ୍‌ଙ୍କୁ ପଦୋନ୍ନତି ମିଳିଛି । ସେମାନଙ୍କ ମଧ୍ୟରୁ ଡିଇଇ ସହ ନିର୍ଦ୍ଦେଶକ ଚିତ୍ତରଞ୍ଜନ ପାଣିଗ୍ରାହୀଙ୍କୁ ଏଲିମେଣ୍ଟାରୀ ଏଜୁକେସନର ଉପନିର୍ଦ୍ଦେଶକ ଭାବେ ପଦୋନ୍ନତି ପ୍ରଦାନ କରାଯାଇଛି । ସେହିପରି ୟୁନିଟ-୬ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିୟୟିତ୍ରୀ ସସ୍ମିତା ମାଳୀଙ୍କୁ ମୋ ସ୍କୁଲର ଉପ ଶାସନ ସଚିବ(ମନିଟରିଂ), ୟୁନିଟ-୨ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୁଲି ମଙ୍ଗରାଜଙ୍କୁ ଏଲିମେଣ୍ଟାରୀ ଏଜୁକେସନ ବିଭାଗର ଉପ ନିର୍ଦ୍ଦେଶକ, ଜଟଣୀର ବରିଷ୍ଠ ବିଇଓ ନିରୁପା ବେହେରାଙ୍କୁ ଓସେପାର ଉପନିର୍ଦ୍ଦେଶିକା,ଚନ୍ଦ୍ରମଣୀ ନାୟକଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଉପ ନିର୍ଦ୍ଦେଶକ, ମଧୁସୂଦନ ମଲ୍ଲିକଙ୍କୁ ଉଚ୍ଚମାଧ୍ୟମିକ ଶିକ୍ଷାର ଉପ ନିର୍ଦ୍ଦେଶକ ଏବଂ କଳ୍ପନା ହାସଦାଙ୍କୁ ଓସେପାର ଉପନିର୍ଦ୍ଦେଶକ ଭାବେ ପଦୋନ୍ନତି ମିଳିଛି । ସେହିପରି ଅବଶିଷ୍ଠ ୫୬ଜଣ ବରିଷ୍ଠ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଏଡିଇଓ ଭାବେ ପଦୋନ୍ନତି ଦିଆଯାଇଛି । ଏନେଇ ସୋମବାର ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking